ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା

0

ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଇନ, କାର୍ଯ୍ୟ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାର ସଫଳ କାର୍ଯ୍ୟକାରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରଦ୍ଧାଳୁମାନେ ନିଜ ଜନ୍ମଦିନ, ବିବାହ ବାର୍ଷିକୀ, ମନସ୍କାମନା ପୂରଣ କିମ୍ବା ଅନ୍ୟାନ୍ୟ ଶୁଭ ଅବସରରେ ଅନଲାଇନ ମାଧ୍ୟମରେ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ କରିପାରିବେ। ଏହି ଦାନ ରାଶି ଉପରେ ଆୟକର ଛାଡ଼ ସୁବିଧା ମଧ୍ୟ ଉପଲବ୍ଧ ରହିବ ବୋଲି ବୈଠକରେ ଆଲୋଚନା ହୋଇଛି।

ଭକ୍ତମାନଙ୍କ ଠାରୁ ଆସୁଥିବା ଦାନ ରାଶି କେବଳ ଶ୍ରୀମନ୍ଦିରର ବିକାଶ ଓ ସମ୍ପର୍କିତ କାର୍ଯ୍ୟରେ ବ୍ୟୟ କରାଯିବ। ଏହି ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟ, ଦେଶ ଏବଂ ବିଦେଶରେ ବସବାସ କରୁଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ସହଜରେ ଅନଲାଇନ ମାଧ୍ୟମରେ ଦାନ କରିପାରିବେ। ବୈଠକରେ ସାଇବର ସୁରକ୍ଷାକୁ ନେଇ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଇ-ହୁଣ୍ଡି ବ୍ୟବସ୍ଥାକୁ ସାଇବର ଅପରାଧୀଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ବନ୍ଦୋବସ୍ତ ପ୍ରକ୍ରିୟା ନେଇ ମଧ୍ୟ ଏକ ସମୀକ୍ଷା ବୈଠକ ହୋଇଥିଲା। ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ସେବକ, ନିଯୋଗ ଏବଂ ମଠମାନଙ୍କୁ ଭୂ-ସମ୍ପତ୍ତିଗତ ଅଧିକାର ପ୍ରଦାନ ନେଇ ତୃତୀୟ ପର୍ଯ୍ୟାୟ ସମୀକ୍ଷା କରାଯାଇଥିଲା। ଏହା ମାଧ୍ୟମରେ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.