ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

୨୩୦ ଦିନ ଖୋଲା ରହିବ ସ୍କୁଲ୍

0

ବର୍ଷକୁ ୧୦ ଦିନ ‘ବସ୍ତାନି ବିହୀନ ଦିବସ

ପାଠ୍ୟଭାର କମାଇବାକୁ ନୂଆ ସମୟ ସାରଣୀ;

ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସପ୍ତାହକୁ ୪୨ ପିରିୟଡ୍ ପାଠପଢ଼ା

ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି-୨୦୨୦)କୁ ସ୍କୁଲ୍ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ସମୟ ସାରଣୀ ଓ ନିର୍ଦ୍ଦେଶାବଳୀ ଜାରି କରିଛି। ଏହା ଅନୁସାରେ ଛାତ୍ରଛାତ୍ରୀଙ୍କ ପାଠ୍ୟଭାର ହ୍ରାସ କରିବା ଲକ୍ଷ୍ୟରେ ବର୍ଷକୁ ୧୦ ଦିନ ‘ବସ୍ତାନି ବିହୀନ ଦିବସ’ ପାଳନ କରାଯିବ।
ନୂଆ ବ୍ୟବସ୍ଥା ଅନୁଯାୟୀ ଏକ ଶିକ୍ଷାବର୍ଷରେ ସ୍କୁଲ୍ ୨୩୦ ଦିନ ଖୋଲା ରହିବ। ଏଥିମଧ୍ୟରୁ ୧୯୦ ଦିନ ଶିକ୍ଷାଦାନ ପାଇଁ ନିର୍ଦ୍ଧାରିତ ହୋଇଥିବାବେଳେ ୨୦ ଦିନ ବାର୍ଷିକୋତ୍ସବ, କ୍ରୀଡ଼ା ଉତ୍ସବ ଓ ଅନ୍ୟାନ୍ୟ ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମ ପାଇଁ ରଖାଯାଇଛି। ପ୍ରତିଦିନ ୭ଟି ପିରିୟଡ୍ ଶିକ୍ଷାଦାନ ହେବ।

ଶିଶୁ ବାଟିକା ପିଲାଙ୍କ ପାଇଁ ପ୍ରତି ଶନିବାର ‘ବସ୍ତାନି ବିହୀନ ଦିବସ’ ଭାବେ ପାଳନ କରାଯିବ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବର୍ଷକୁ ୧୦ ଦିନ ବିନା ବ୍ୟାଗରେ ସ୍କୁଲ୍ ଆସିବେ। ବୃଦ୍ଧିଗତ ଶିକ୍ଷା ପାଇଁ ନିର୍ଦ୍ଧାରିତ ୪ଟି ପିରିୟଡ୍‌ରୁ ଗୋଟିଏ ପିରିୟଡ୍‌କୁ ବସ୍ତାନି ବିହୀନ କାର୍ଯ୍ୟକଳାପ ପାଇଁ ରଖାଯିବ।
ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ୍ ପାଠପଢ଼ା ହେବ। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୯୮ଟି ସମୟ ସାରଣୀ ପ୍ରସ୍ତୁତ କରାଯାଇଥିବାବେଳେ ଏହାର କଡ଼ାକଡ଼ି ପାଳନ ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି ପଠାଯାଇଛି। ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୂଆ ନିୟମାବଳୀ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.