ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ନିଟ୍ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ବ୍ୟବହାର ଉପରେ ଅସ୍ଥାୟୀ କଟକଣା

0

ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପୁନଃ ପରୀକ୍ଷାକୁ ସ୍ୱଚ୍ଛ, ସୁରକ୍ଷିତ ଏବଂ ନକଲମୁକ୍ତ ଭାବେ ସମ୍ପନ୍ନ କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପରୀକ୍ଷା ପୂର୍ବରୁ ଅନିୟମିତତା ଏବଂ ଗୁଜବକୁ ରୋକିବା ପାଇଁ ଭାରତରେ ଟେଲିଗ୍ରାମ୍ ପ୍ଲାଟଫର୍ମ ଉପରେ ଜୁନ୍ ୨୨ ପର୍ଯ୍ୟନ୍ତ ଅସ୍ଥାୟୀ କଟକଣା ଲାଗୁ କରାଯାଇଛି। ଏହାସହ ଟେଲିଗ୍ରାମର ମେସେଜ୍ ଏଡିଟିଂ ଫିଚରକୁ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ସୀମିତ କରାଯାଇଛି। ଏହି ପଦକ୍ଷେପକୁ ଏନ୍‌ଟିଏ ସ୍ୱାଗତ କରିଛି।
ଆସନ୍ତା ଜୁନ୍ ୨୧ ତାରିଖରେ ନିଟ୍-ୟୁଜି ୨୦୨୬ ପୁନଃ ପରୀକ୍ଷା ଆୟୋଜିତ ହେବ। ପ୍ରଶ୍ନପତ୍ର ଫାଶ ଅଭିଯୋଗ ପରେ ଏହି ପରୀକ୍ଷା ପୁନର୍ବାର କରାଯାଉଛି। ପରୀକ୍ଷାର ନିରପେକ୍ଷତା ବଜାୟ ରଖିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଅନେକ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହିତ ଏନ୍‌ଟିଏ ପରୀକ୍ଷାର୍ଥୀଙ୍କୁ ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛି। କେହି ପ୍ରଶ୍ନପତ୍ର ଦେବା କିମ୍ବା ବିକ୍ରି କରିବାର ଦାବି କଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ପରୀକ୍ଷାର୍ଥୀଙ୍କ ପାଇଁ ଆଉ ଏକ ଖୁସି ଖବର ହେଲା, ଚଳିତଥର ପରୀକ୍ଷା ସମୟ ୧୮୦ ମିନିଟ୍‌ରୁ ବଢ଼ାଇ ୧୯୫ ମିନିଟ୍ କରାଯାଇଛି। ଜୁନ୍ ୨୧ରେ ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ପରୀକ୍ଷାର୍ଥୀମାନେ ଅତିରିକ୍ତ ୧୫ ମିନିଟ୍ ସମୟ ପାଇବେ। ଓଡ଼ିଶାରେ ୨୭ଟି ସହରର ୧୩୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାକୁ ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.