ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ: ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରଶାସନିକ ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ଡିଜିପି, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜୁନ୍ ୨୦ ତାରିଖରେ ବିଶେଷ ଉତ୍ସବର ଆୟୋଜନ କରାଯାଇଛି।

ରାଷ୍ଟ୍ରପତିଙ୍କ ଜନ୍ମଭୂମି ରାଇରଙ୍ଗପୁରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେରାଷ୍ଟ୍ରପତି ଜୁନ୍ ୧୯ରେ ଓଡ଼ିଶାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିବାବେଳେ, ପ୍ରଧାନମନ୍ତ୍ରୀ ୨୦ ତାରିଖରେ ରାଇରଙ୍ଗପୁରରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ।
ଏହି ଅବସରରେ ହଜାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀଙ୍କ କରକମଳରେ ଚାରିଟି ପ୍ରକଳ୍ପର ଉଦ୍‌ଘାଟନ ଓ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ହେବ। ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ର, ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଏବଂ ରାଇରଙ୍ଗପୁର ପୋଲିସ ଜିଲ୍ଲାର ଉଦ୍‌ଘାଟନ କରାଯିବ।

ସେହିପରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ ଏବଂ ଅନ୍ତର୍ଜାତୀୟ ମାନର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ମଧ୍ୟ କରାଯିବ। ଏହି ଐତିହାସିକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ।

Leave A Reply

Your email address will not be published.