ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ

0

ନ୍ୟୁଜ୍ ବ୍ୟୁରୋ: ଜର୍ଜିଆର ବାତୁମିରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ୍ ଚେସ୍‌ ଚମ୍ପିଆନସିପ୍‌ରେ ଭାରତୀୟ ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଭାରତ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି କାଂସ୍ୟ ସହ ମୋଟ ୪ଟି ପଦକ ଜିତିଛି। ଭାରତୀୟ ଦଳ ପକ୍ଷରୁ ଖେଳିଥିବା ଓଡ଼ିଶାର ସାତ୍ତ୍ବିକ ସ୍ବାଇଁ ୧୦ ବର୍ଷରୁ କମ୍‌ ଓପନ ବର୍ଗରେ କାଂସ୍ୟ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଏହାଛଡ଼ା ୧୨ ବର୍ଷରୁ କମ୍‌ ବାଳିକା ବର୍ଗରେ ଦିଭି ବ୍ରିଜେଶ ସ୍ବର୍ଣ୍ଣ ପଦକ, ୧୦ ବର୍ଷରୁ କମ୍‌ ଓପନ ବର୍ଗରେ ସବ୍ରାର୍ଥୋ ମଣି ରୌପ୍ୟ ପଦକ ଏବଂ ୮ ବର୍ଷରୁ କମ୍‌ ବାଳିକା ବର୍ଗରେ ସାଇଆସ୍ଥା ସିଂହ କାଂସ୍ୟ ପଦକ ଜିତିଛନ୍ତି। ଏହି ସଫଳତା ପାଇଁ ପଦକ ବିଜେତା ଖେଳାଳି, ସେମାନଙ୍କ ପିତାମାତା ଓ ପ୍ରଶିକ୍ଷକମାନଙ୍କୁ ନିଖିଳ ଓଡ଼ିଶା ଚେସ୍‌ ଆସୋସିଏସନର ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.