ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

0

ପାକିସ୍ତାନ: ପାକିସ୍ତାନର କରାଚି ସହରରେ ଶନିବାର ସନ୍ଧ୍ୟାରେ ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହି ଆକ୍ରମଣରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ପାକିସ୍ତାନ ସିନ୍ଧ ରେଞ୍ଜର୍ସର ୩ ଯବାନ ଏବଂ ୩ ଆତଙ୍କବାଦୀ ରହିଛନ୍ତି।

ସୂଚନା ଅନୁସାରେ, ଆତଙ୍କବାଦୀମାନେ ପ୍ରଥମେ ରେଞ୍ଜର୍ସ ଶିବିରକୁ ଲକ୍ଷ୍ୟ କରି ବୋମାମାଡ଼ କରିଥିଲେ। ଏହାପରେ ସେମାନେ ଅନିୟନ୍ତ୍ରିତ ଭାବେ ଗୁଳିଚାଳନା କରିଥିଲେ। ଆକ୍ରମଣରେ ୩ ଯବାନ ନିହତ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡ଼ରେ ୩ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ। ଘଟଣା ପରେ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସି ଅଭିଯାନ ଜାରି ରଖିଛନ୍ତି। ଆକ୍ରମଣ ପଛରେ କେଉଁ ସଙ୍ଗଠନର ହାତ ରହିଛି, ସେନେଇ ତଦନ୍ତ ଚାଲିଛି।

Leave A Reply

Your email address will not be published.