ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍

0

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ଅବସର ପରେ କେନ୍ଦ୍ର ସରକାର ତାଙ୍କୁ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ସେ ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟଭାର ସମ୍ଭାଳିବେ। ନୂଆ ଦାୟିତ୍ୱ ଗ୍ରହଣ ପୂର୍ବରୁ ଧୀରଜ ସେଠ୍ ଭାରତୀୟ ସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ। ଚଳିତ ବର୍ଷ ଏପ୍ରିଲ୍ ୧ରେ ସେ ସେନା ଉପାଧ୍ୟକ୍ଷ ପଦର ଦାୟିତ୍ୱ ନେଇଥିଲେ।

ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ), ଖଡକୱାସଲାର ପୂର୍ବତନ ଛାତ୍ର ଧୀରଜ ସେଠଙ୍କୁ ଡିସେମ୍ବର ୧୯୮୬ରେ ଆର୍ମର୍ଡ କୋରରେ କମିଶନ ପ୍ରଦାନ କରାଯାଇଥିଲା। ପ୍ରାୟ ଚାରି ଦଶନ୍ଧି ଧରି ସେ ଦେଶର ବିଭିନ୍ନ ସାମରିକ କ୍ଷେତ୍ରରେ ସେବା ପ୍ରଦାନ କରିଆସୁଛନ୍ତି। ନିଜର ଦୀର୍ଘ ସାମରିକ ଜୀବନରେ ସେ ମରୁଭୂମି ଅଞ୍ଚଳରେ ଏକ ଆର୍ମର୍ଡ ରେଜିମେଣ୍ଟର ନେତୃତ୍ୱ ନେଇଥିବା ବେଳେ ପଟିଆଲାସ୍ଥିତ ୯୮ ଆର୍ମର୍ଡ ବ୍ରିଗେଡର କମାଣ୍ଡ ମଧ୍ୟ କରିଛନ୍ତି।

ଏହାସହ ଜମ୍ମୁ-କାଶ୍ମୀରରେ ବିଦ୍ରୋହ ବିରୋଧୀ ଅଭିଯାନ ପରିଚାଳନା କରୁଥିବା ଡିଭିଜନ ସ୍ତରୀୟ ‘ୟୁନିଫର୍ମ ଫୋର୍ସ’ର ନେତୃତ୍ୱ ମଧ୍ୟ ସଫଳତାର ସହ ତୁଲାଇଛନ୍ତି। ବିଭିନ୍ନ ଅପରେସନ, ରଣନୈତିକ ଦାୟିତ୍ୱ ଓ ନେତୃତ୍ୱ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ତାଙ୍କୁ ଭାରତୀୟ ସ୍ଥଳସେନାର ସର୍ବୋଚ୍ଚ ପଦରେ ପହଞ୍ଚାଇଛି। ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ତାଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.