ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ନୂଆ ସୁରକ୍ଷା ମଡ୍ୟୁଲ୍

0

ଭୁବନେଶ୍ବର: ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ସେବା ମାଧ୍ୟମରେ ନାଗରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରିଛନ୍ତି। ଏହା ସହିତ ଆପ୍‌ଟି ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ପରିଣତ ହୋଇଛି। ଅଟୋ-ରିକ୍ସା ବୁକିଂ, କ୍ୟାବ୍ ସେବା, ‘ଆମ ବସ୍’ ସୂଚନା ଓ ଟିକଟିଂ, ବୋଟିଂ ସେବା ଭଳି ବିଭିନ୍ନ ଗମନାଗମନ ସୁବିଧା ପାଇଁ ବ୍ୟବହୃତ ହେଉଥିବା ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଏବେ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯୋଡ଼ାଯାଇଛି। ନୂଆ ସୁରକ୍ଷା ମଡ୍ୟୁଲ୍‌କୁ ଓଡ଼ିଶା ପୁଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା ‘୧୧୨’ ସହ ସମନ୍ୱିତ କରାଯାଇଥିବାରୁ ଜରୁରୀ ସମୟରେ ଉପଭୋକ୍ତାମାନେ ରିୟଲ୍-ଟାଇମ୍ ଲୋକେସନ୍ ଆଧାରିତ ଆଲର୍ଟ ମାଧ୍ୟମରେ ତୁରନ୍ତ ସହାୟତା ପାଇପାରିବେ।

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ନାଗରିକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ଆବଶ୍ୟକ ସମୟରେ ପ୍ରତ୍ୟେକ ନାଗରିକଙ୍କୁ ନିର୍ଭରଯୋଗ୍ୟ ସୁରକ୍ଷା ସହାୟତା ମିଳିବା ଉଚିତ। ଏହି ମଡ୍ୟୁଲ୍‌ର ‘ୱାନ୍-ଟ୍ୟାପ୍’ ବୈଶିଷ୍ଟ୍ୟ ମାଧ୍ୟମରେ ଉପଭୋକ୍ତାମାନେ ପୁଲିସ୍ ଓ ନିଜର ବିଶ୍ୱସ୍ତ ବ୍ୟକ୍ତିଙ୍କ ପାଖକୁ ଲାଇଭ୍ ଲୋକେସନ୍ ସହ ତୁରନ୍ତ ଆଲର୍ଟ ପଠାଇପାରିବେ। ସେହିପରି ମୋବାଇଲ୍ ସ୍କ୍ରିନ୍ ବ୍ୟବହାର କରିବା ସମ୍ଭବ ନହେଲେ ଆଣ୍ଡ୍ରଏଡ୍ ଫୋନ୍‌କୁ ହଲାଇବା କିମ୍ବା ଆଇଫୋନ୍‌ର ପଛ ଭାଗକୁ ଟ୍ୟାପ୍ କରି ‘ଜେସ୍ଚର-ଟ୍ରିଗର୍ଡ’ ବ୍ୟବସ୍ଥା ମାଧ୍ୟମରେ ସହାୟତା ଲୋଡ଼ାଯାଇପାରିବ।

ଏହି ସୁରକ୍ଷା ବ୍ୟବସ୍ଥା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ ରହିଛି। ଏହାର ଶୁଭାରମ୍ଭ ସହ ‘ଓଡ଼ିଶା ଯାତ୍ରୀ’ କେବଳ ଏକ ଗମନାଗମନ ଆପ୍‌ ନ ରହି ଏକ ସମନ୍ୱିତ ଡିଜିଟାଲ୍ ପ୍ଲାଟଫର୍ମରେ ପରିଣତ ହୋଇଛି। ଆଗାମୀ ଦିନରେ ଏଥିରେ ଆନ୍ତଃସହର ବସ୍ ସେବା, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଇଁ ଡିଜିଟାଲ୍ ଟିକଟିଂ ଏବଂ ଅନ୍ୟାନ୍ୟ ଜନସେବାକୁ ସାମିଲ କରାଯିବ। ଏହାକୁ ଦେଶର ପ୍ରଥମ ସରକାରୀ ‘ସୁପର ଆପ୍’ ଭାବେ ଗଢ଼ି ତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.