ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ରଥଯାତ୍ରା ପାଇଁ ଗୋନ୍ଦିଆ-ପୁରୀ ମଧ୍ୟରେ ଚାଲିବ ସ୍ପେଶାଲ ଟ୍ରେନ୍

0

ନୂଆଦିଲ୍ଲୀ: ରଥଯାତ୍ରା ଅବସରରେ ଭକ୍ତମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକଯୋଡ଼ା ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଗୋନ୍ଦିଆ ଜଙ୍କସନ-ପୁରୀ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ୍ ଜୁଲାଇ ୨, ୯, ୧୬ ଏବଂ ୨୯ ତାରିଖରେ ଗୋନ୍ଦିଆ ଜଙ୍କସନରୁ ଅପରାହ୍ନ ୧ଟା ୩୦ ମିନିଟରେ ଛାଡ଼ି ପରଦିନ ପୂର୍ବାହ୍ନ ୧୦ଟାରେ ପୁରୀରେ ପହଞ୍ଚିବ।

ସେହିପରି ପୁରୀ-ଗୋନ୍ଦିଆ ଜଙ୍କସନ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ୍ ଜୁଲାଇ ୩, ୧୦, ୧୭ ଏବଂ ୩୦ ତାରିଖରେ ପୁରୀରୁ ଦିନ ୧ଟାରେ ଛାଡ଼ି ପରଦିନ ସକାଳ ୭ଟାରେ ଗୋନ୍ଦିଆ ଜଙ୍କସନରେ ପହଞ୍ଚିବ। ଏହି ସ୍ପେଶାଲ ଟ୍ରେନ୍ ଉଭୟ ଦିଗରେ ଡୋଙ୍ଗରଗଡ଼, ରାଜନନ୍ଦଗାଁ, ଦୁର୍ଗ, ରାୟପୁର, ଲାଖୋଲି, ଖରିଆର ରୋଡ୍‌, କଣ୍ଟାବାଞ୍ଜି, ଟିଟିଲାଗଡ଼, ବଲାଙ୍ଗିର, ବରଗଡ଼ ରୋଡ୍‌, ସମ୍ବଲପୁର, ଅନୁଗୋଳ, ତାଳଚେର ରୋଡ୍‌, ଢେଙ୍କାନାଳ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ରହଣି କରିବ। ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ପାଇଁ ଏହି ସ୍ପେଶାଲ ଟ୍ରେନ୍ ସେବା ବେଶ୍ ସହାୟକ ହେବ ବୋଲି ରେଳବାଇ ପକ୍ଷରୁ ଆଶା କରାଯାଇଛି।

Leave A Reply

Your email address will not be published.