ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ଆସନ୍ତା ଚାରି ଦିନ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା : ସିଇସି

0

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶା–ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଉତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱରସ୍ଥିତ ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ଡିମ୍ଡ୍ ଟୁ ବି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୋମବାର ପ୍ରକାଶିତ ବୁଲେଟିନ୍‌ରେ କୁହାଯାଇଛି।

ସିଇସି ପକ୍ଷରୁ କୁହାଯାଇଛି ଯେ, ଏହାର ପ୍ରଭାବରେ ଜୁଲାଇ ୧୪ରୁ ୧୭ ତାରିଖ ମଧ୍ୟରେ ଉତର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ଅବବାହିକା ଅଂଚଳରେ ବର୍ଷାର ପରିମାଣ ଅଧିକ ରହିପାରେ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ବରଗଡ଼, କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ଅନୁଭୂତ ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି।
ସୋମବାର ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ସିଇସି।

Leave A Reply

Your email address will not be published.