ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ନୋଏଡାରେ ଇ-ସ୍କୁଟରରେ ନିଆଁ

0

ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ନୂଆଦୀଲ୍ଲୀ: ନୋଏଡାର ସେକ୍ଟର-୬୬ ଅଞ୍ଚଳରେ ଏକ ଆବାସିକ କୋଠାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଚାର୍ଜିଂରେ ଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ସ୍ପାର୍କିଂ ହେବା ପରେ ନିଆଁ ଲାଗିଥିଲା ଏବଂ ତାହା ଦ୍ରୁତ ଗତିରେ ଅନ୍ୟ ଯାନ ଓ କୋଠାର ବିଭିନ୍ନ ଅଂଶକୁ ବ୍ୟାପି ଯାଇଥିଲା।

ଅଗ୍ନିକାଣ୍ଡ ପରେ ଘନ ଧୂଆଁ କୋଠାର ଉପର ମହଲାଗୁଡ଼ିକରେ ପ୍ରବେଶ କରିବାରୁ ବାସିନ୍ଦାମାନେ ଫସି ଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଭିଯାନ ସମୟରେ ୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ କୋଠାରୁ ବାହାର କରାଯାଇଥିଲା।

ସେଣ୍ଟ୍ରାଲ ନୋଏଡା ଡିସିପିଙ୍କ କହିବା ଅନୁଯାୟୀ, ମାମୁରା ଅଞ୍ଚଳର ଏହି ଆବାସିକ କୋଠାରେ ଇ-ସ୍କୁଟର ଚାର୍ଜିଂ ସମୟରେ ସ୍ପାର୍କିଂ ହୋଇଥିଲା। ଏହା ପରେ ସ୍କୁଟରଟି ଜଳିଉଠି ନିଆଁ ପାଖରେ ଥିବା ଅନ୍ୟାନ୍ୟ ଯାନକୁ ବ୍ୟାପି ଯାଇଥିଲା। ଧୂଆଁ ଉପର ମହଲାକୁ ଉଠିଯିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ସେ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.