ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ

0

ପେରୁ: ପେରୁର ବିଶ୍ୱପ୍ରସିଦ୍ଧ ‘ନାଜ୍‌କା ଲାଇନ୍ସ’ ନିକଟରେ ଏକ ପର୍ଯ୍ୟଟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୩ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୧୧ ଜଣ ବିଦେଶୀ ପର୍ଯ୍ୟଟକ ଓ ୨ ଜଣ ପାଇଲଟ୍‌ ଅଛନ୍ତି। ପର୍ଯ୍ୟଟକଙ୍କ ମଧ୍ୟରେ ୭ ଜଣ ଇଟାଲୀ, ୨ ଜଣ ଜର୍ମାନୀ ଓ ୨ ଜଣ ସ୍ପେନର ନାଗରିକ ବୋଲି ଜଣାପଡ଼ିଛି।

ସେସନା ଗ୍ରାଣ୍ଡ କାରାଭାନ ସି–୨୦୮ ବିମାନଟି ‘ନାଜ୍‌କା ଲାଇନ୍ସ’ ଉପରେ ପର୍ଯ୍ୟଟକଙ୍କୁ ଆକାଶମାର୍ଗରୁ ଦୃଶ୍ୟ ଦେଖାଇ ଫେରୁଥିବା ବେଳେ ନାଜ୍‌କା ବିମାନବନ୍ଦର ନିକଟରେ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପରେ ବିମାନଟି ଏକ ପଡ଼ିଆରେ ଖସିପଡ଼ି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା।
ଦୁର୍ଘଟଣାର କାରଣ ଜାଣିବା ପାଇଁ ପେରୁ ସରକାର ଓ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣା ସମୟରେ ଅଞ୍ଚଳରେ ଧୂଳିଝଡ଼ ହୋଇଥିବାରୁ ପ୍ରତିକୂଳ ପାଗ ଦୁର୍ଘଟଣାର ଏକ ସମ୍ଭାବ୍ୟ କାରଣ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ‘ନାଜ୍‌କା ଲାଇନ୍ସ’ ପେରୁର ମରୁଭୂମିରେ ଅବସ୍ଥିତ ପ୍ରାଚୀନ ବିଶାଳ ଜ୍ୟାମିତିକ ଓ ପଶୁପକ୍ଷୀଙ୍କ ଆକୃତିର ଚିତ୍ର ସମୂହ, ଯାହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ଦେଇଛି।

Leave A Reply

Your email address will not be published.