ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ବିଶ୍ୱର ଶକ୍ତିଶାଳୀ ଦେଶ ତାଲିକାରେ ଭାରତ

0

କିର୍ଗିଜସ୍ତାନ: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଭାରତକୁ ନେଇ ବଡ଼ ମତ ରଖିଛନ୍ତି ବେଲାରୁସ୍‌ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ଚୀନ୍‌ ଓ ରୁଷିଆ ସହ ଭାରତକୁ ମଧ୍ୟ ବିଶ୍ୱର ପ୍ରଭାବଶାଳୀ ତଥା ଶକ୍ତିଶାଳୀ ରାଷ୍ଟ୍ର ଭାବେ ସେ ଉଲ୍ଲେଖ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି।

କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ଚାଲିଥିବା SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସଦସ୍ୟ ଦେଶଗୁଡ଼ିକର ଶୀର୍ଷ ନେତାମାନେ ଯୋଗ ଦେଇଛନ୍ତି। ଏହି ମଞ୍ଚରେ ଭାଷଣ ଦେଇ ଲୁକାଶେଙ୍କୋ କହିଥିଲେ, କେଉଁ ଦେଶ କେତେ ସମାନ କିମ୍ବା ଅସମାନ, ତାହା ନେଇ ବିତର୍କ କରିବାର ଆବଶ୍ୟକତା ନାହିଁ। ତାଙ୍କ ଦୃଷ୍ଟିରେ ଚୀନ୍‌, ରୁଷିଆ ଓ ଭାରତ ହେଉଛନ୍ତି ବିଶ୍ୱର ପ୍ରମୁଖ ଶକ୍ତି। ଏହି ତିନି ଦେଶର ଅର୍ଥନୈତିକ କ୍ଷମତା ସହ ପରମାଣୁ ଶକ୍ତି ମଧ୍ୟ ରହିଛି ବୋଲି ଲୁକାଶେଙ୍କୋ ଉଲ୍ଲେଖ କରିଥିଲେ। ତେବେ ତାଙ୍କ ଦ୍ୱାରା ଉଲ୍ଲେଖିତ ଶକ୍ତିଶାଳୀ ଦେଶ ତାଲିକାରେ ଆମେରିକାର ନାମ ନଥିବା ମଧ୍ୟ ବିଶେଷ ଚର୍ଚ୍ଚା ସୃଷ୍ଟି କରିଛି।

ସେପଟେ SCO ସମ୍ମିଳନୀରେ ଆତଙ୍କବାଦ ବିରୋଧୀ ଲଢ଼େଇକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ଦୋହରା ମାନଦଣ୍ଡକୁ ସଦସ୍ୟ ଦେଶଗୁଡ଼ିକ ଅସ୍ୱୀକାର୍ଯ୍ୟ ବୋଲି ଦର୍ଶାଇଛନ୍ତି। ଏହି ଅବସରରେ ପ୍ରକାଶିତ ମିଳିତ ବୟାନରେ ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଛି। ଏଥିରେ ଇରାନ ଉପରେ ଆମେରିକାର ଆକ୍ରମଣକୁ ମଧ୍ୟ ନିନ୍ଦା କରାଯାଇଛି। ଏହି ଘୋଷଣାକୁ ‘ବିଶକେକ୍‌ ଘୋଷଣାପତ୍ର’ ଭାବେ ନାମିତ କରାଯାଇଛି। ବର୍ତ୍ତମାନ SCOରେ ରୁଷିଆ, ଚୀନ୍‌, ଭାରତ, ପାକିସ୍ତାନ, ଇରାନ, ବେଲାରୁସ୍‌, ଉଜବେକିସ୍ତାନ, କାଜାଖସ୍ତାନ, ତାଜିକିସ୍ତାନ ଓ କିର୍ଗିଜସ୍ତାନ ସଦସ୍ୟ ରହିଛନ୍ତି।

Leave A Reply

Your email address will not be published.