ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କ ପଦୋନ୍ନତି ହୋଇଛି। ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବାରେ ସାମିଲ କରାଯାଇ ଓଡ଼ିଶା କ୍ୟାଡରରେ ନିଯୁକ୍ତି ଦିଆଯିବ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ପଦୋନ୍ନତି ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଆଇଏଏସ୍ (କ୍ୟାଡର) ନିୟମାବଳୀ, ୧୯୫୪ର ନିୟମ ୫(୧) ଆଧାରରେ ଅଧିକାରୀମାନଙ୍କୁ ୨୦୨୫ ବର୍ଷ ପାଇଁ ଓଡ଼ିଶା କ୍ୟାଡରରେ ନିଯୁକ୍ତି ଦିଆଯାଇଛି।ପଦୋନ୍ନତି ପାଇଥିବା ଅଧିକାରୀଙ୍କ ତାଲିକାରେ ସୂର୍ଯ୍ୟନାରାୟଣ ଦାସ, ସୁମିତା ସରକାର, ବଳମକୁନ୍ଦ ଭୂୟାଁ, ସୌଦାମିନୀ ସେଠୀ, ମଧୁମିତା ନାୟକ, ଜ୍ୟୋତିର୍ମୟୀ ପ୍ରଧାନ, ମଧୁମିତା ନାୟକ, ବବିତା ମହାନ୍ତି, ଅନୁଜ କୁମାର ଦାସ ପଟ୍ଟନାୟକ, ଜ୍ୟୋତିରଞ୍ଜନ ମିଶ୍ର, ସୁରେନ୍ଦ୍ର କୁମାର ପଣ୍ଡା, ଶୁଭ୍ରା ମହାନ୍ତି, ସଂଘମିତ୍ରା ଶତପଥୀ ଓ ହିମାଂଶୁ ଶେଖର ବେହେରା ରହିଛନ୍ତି।
ଓଏଏସ୍ରୁ ଆଇଏଏସ୍କୁ ପଦୋନ୍ନତି ପାଇବା ପରେ ଏହି ଅଧିକାରୀମାନେ ରାଜ୍ୟ ପ୍ରଶାସନରେ ଆଇଏଏସ୍ କ୍ୟାଡରର ଦାୟିତ୍ୱ ନିର୍ବାହ କରିବେ। ପ୍ରଶାସନିକ ଅଭିଜ୍ଞତା ଥିବା ଏହି ଅଧିକାରୀଙ୍କ ପଦୋନ୍ନତିକୁ ରାଜ୍ୟ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।