ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର

0

ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଭୁବନେଶ୍ବର: ରାଜ୍ୟରେ କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆବଶ୍ୟକ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ଓ ନିରାପତ୍ତା ବ୍ୟବସ୍ଥା ନଥିଲେ କୋଚିଂ ସେଣ୍ଟର ସମେତ ନିୟମ ଉଲ୍ଲଂଘନକାରୀ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଓଡ଼ିଶା ଫାୟାର ଆଣ୍ଡ ଇମର୍ଜେନ୍ସି ସର୍ଭିସ ପକ୍ଷରୁ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଯାଞ୍ଚ ଓ ସଚେତନତା ଅଭିଯାନ ଚାଲିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କୋଚିଂ ସେଣ୍ଟର, ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ।

ଚଳିତ ବର୍ଷ ଫାୟାର ସେଫ୍ଟି ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରାୟ ୮୦୦ଟି ପ୍ରତିଷ୍ଠାନ ଓ କୋଠାକୁ ନୋଟିସ୍‌ ଜାରି ହୋଇଛି। ଏଥିରେ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ ରହିଛି। ଯାଞ୍ଚ ସମୟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍‌, ଅଗ୍ନିନିର୍ବାପକ ଯନ୍ତ୍ର, ଫାୟାର ଆଲାର୍ମ, ସୁରକ୍ଷିତ ନିର୍ଗମନ ପଥ, ଜରୁରୀକାଳୀନ ସଙ୍କେତ ଓ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ। ଫାୟାର ସେଫ୍ଟି ନିୟମକୁ ଅବହେଳା କରୁଥିବା ପ୍ରତିଷ୍ଠାନ ବିରୋଧରେ ନୋଟିସ୍‌, ଜରିମାନାଠାରୁ ଆରମ୍ଭ କରି ପ୍ରତିଷ୍ଠାନ ବନ୍ଦ କରିବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇପାରେ।

Leave A Reply

Your email address will not be published.