ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

0

ଭୁବନେଶ୍ବର: ଖୋର୍ଦ୍ଧା ଜଟଣୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (NISER) କ୍ୟାମ୍ପସରେ ଅଘଟଣ। ଭାଗୀରଥୀ ହଷ୍ଟେଲ ଛାତରୁ ପଡ଼ି ଜଣେ ତୃତୀୟ ବର୍ଷ ଇଣ୍ଟିଗ୍ରେଟେଡ୍ ଏମ୍‌ଏସ୍‌ସି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ମହାରାଷ୍ଟ୍ରର ନାଗପୁରର ବିନୟ ସନ୍ୟାସୀ ଭେଙ୍କଟ ବୋଲି ଜଣାପଡ଼ିଛି।

ଶୁକ୍ରବାର ବିଳମ୍ବିତ ରାତିରେ ଭେଙ୍କଟ ହଷ୍ଟେଲ ଛାତରୁ ତଳକୁ ପଡ଼ି ଗୁରୁତର ହୋଇଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଏନ୍‌ଆଇଏସ୍‌ଇଆର୍‌ କ୍ୟାମ୍ପସ ହେଲ୍ଥ ସେଣ୍ଟରକୁ ନେଇଥିଲେ। ପରେ ଗୁରୁତର ଅବସ୍ଥାରେ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଜଟଣୀ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ଏମ୍‌ସ ଭୁବନେଶ୍ୱରରେ ରହିଛି। ପରିବାର ଲୋକେ ନାଗପୁରରୁ ଆସିବା ପରେ ପୋଷ୍ଟମର୍ଟମ କରାଯିବ ବୋଲି ଜଣାପଡ଼ିଛି।

ତେବେ ଭେଙ୍କଟ କେଉଁ ପରିସ୍ଥିତିରେ ଛାତରୁ ତଳକୁ ପଡ଼ିଲେ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି। ଏନ୍‌ଆଇଏସ୍‌ଇଆର୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ବିବୃତି ମିଳିନାହିଁ।

Leave A Reply

Your email address will not be published.