ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ହେବ ପରିଣାମ: ବିଲ୍ ଗେଟ୍ସ

0

ନ୍ୟୁଜ୍ ବ୍ୟୁରୋ: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ବଢ଼ୁଥିବା ପ୍ରଭାବକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ଜାରି ରହିଛି। ଏହାର ସମ୍ଭାବ୍ୟ ବିପଦ ନେଇ ଏବେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ଚେତାବନୀ ଦେଇଛନ୍ତି। ଏଆଇ ଉପରେ ଉପଯୁକ୍ତ ନିୟମ ଓ ନିରୀକ୍ଷଣ ନ ରହିଲେ ଏହା ଗୁରୁତର ଘଟଣାର କାରଣ ହୋଇପାରେ ଏବଂ ଏଥିରେ ପ୍ରାୟ ଏକ ବିଲିୟନ ଲୋକଙ୍କ ଜୀବନ ବିପଦରେ ପଡ଼ିପାରେ ବୋଲି ସେ କହିଛନ୍ତି।

ଏନବିସିର ‘ମିଟ୍ ଦି ପ୍ରେସ୍’ କାର୍ଯ୍ୟକ୍ରମରେ ଗେଟ୍ସ କହିଛନ୍ତି, ଏଆଇ ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରଯୁକ୍ତି। ତେଣୁ ଏହାର ବିକାଶ ଓ ବ୍ୟବହାର ପାଇଁ ସରକାରଙ୍କୁ ସ୍ପଷ୍ଟ ନିୟମ ପ୍ରସ୍ତୁତ କରିବା ଆବଶ୍ୟକ। ଏଆଇ ସୁରକ୍ଷା ବ୍ୟବସ୍ଥା କେବଳ କମ୍ପାନୀଗୁଡ଼ିକର ଇଚ୍ଛା ଉପରେ ଛାଡ଼ି ଦିଆଯିବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି।
ଏଆଇରୁ ସୃଷ୍ଟି ହୋଇପାରୁଥିବା ବିପଦ ଉପରେ ନିୟମିତ ନଜର ରଖିବା ପାଇଁ ଏଆଇ କମ୍ପାନୀ, ସରକାର ଓ ଆଇନ ପ୍ରଣୟନକାରୀ ସଂସ୍ଥା ମଧ୍ୟରେ ଆଲୋଚନା ଆବଶ୍ୟକ ବୋଲି ଗେଟ୍ସ କହିଛନ୍ତି। ନିୟମ ପାଳନର ଖର୍ଚ୍ଚକୁ ସେ ଏଆଇ ଶିଳ୍ପର ସାଧାରଣ ବ୍ୟବସାୟିକ ଖର୍ଚ୍ଚ ବୋଲି ଦର୍ଶାଇଛନ୍ତି। ‘କିଲ୍ ସ୍ୱିଚ୍’ ପ୍ରସଙ୍ଗରେ ଗେଟ୍ସ କହିଛନ୍ତି, ଏଆଇ ଏବେ ଏପର୍ଯ୍ୟନ୍ତ ସେହି ସ୍ତରରେ ପହଞ୍ଚିନାହିଁ ଯେ ନିଜେ କମ୍ପ୍ୟୁଟର ଉପରେ ନିୟନ୍ତ୍ରଣ ନେଇ ବନ୍ଦ ହେବାରୁ ନିଜକୁ ରୋକିପାରିବ। ଅଗଷ୍ଟରେ ନିଜ ବ୍ଲଗ୍‌ରେ ମଧ୍ୟ ସେ ଏଆଇର ସମ୍ଭାବ୍ୟ ଗୁରୁତର ବିପଦ ନେଇ ଚିନ୍ତା ପ୍ରକାଶ କରିଥିଲେ।

Leave A Reply

Your email address will not be published.