ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା

0

୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ

ନ୍ୟୁଜ ବ୍ୟୁରୋ: ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ ହେବାର ତାରିଖ ଘୁଞ୍ଚିବା ସମ୍ଭାବନା ରହିଛି। ଅକ୍ଟୋବର ୧୫ରୁ ଲାଗୁ ହେବାକୁ ଥିବା ଏହି ବ୍ୟବସ୍ଥାକୁ ୨୦୨୭ ଜାନୁଆରୀ ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରେ। ତେବେ ଏନେଇ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କିଛି ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଶୁଳ୍କ ଲାଗୁ କରିବାର ଯୋଜନା ରହିଛି। ଏହି ଶୁଳ୍କ ଗ୍ରାହକଙ୍କ ବଦଳରେ ବ୍ୟବସାୟୀଙ୍କ ଉପରେ ଲାଗୁ ହେବା କଥା କୁହାଯାଉଛି। ତେବେ ବ୍ୟବସ୍ଥାଟି କାର୍ଯ୍ୟକାରୀ ହେଲେ ଦୋକାନୀମାନେ ଗ୍ରାହକଙ୍କୁ ନଗଦ ଟଙ୍କା ଦେବାକୁ କହିବା କିମ୍ବା ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦିବା ଆଶଙ୍କା ରହିଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ଏହି ପ୍ରସ୍ତାବିତ ଶୁଳ୍କ ବ୍ୟବସ୍ଥାକୁ ଘୁଞ୍ଚାଇଲେ ଡିଜିଟାଲ ପେମେଣ୍ଟ୍‌ କମ୍ପାନିଗୁଡ଼ିକୁ ନିଜର ବୈଷୟିକ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଅଧିକ ସମୟ ମିଳିବ। ଏହାସହ ପାର୍ବଣ ସମୟରେ ବ୍ୟବସାୟୀମାନେ ମଧ୍ୟ ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ, କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଶୂନ୍ୟ ଏମ୍‌ଡିଆର୍‌ ବ୍ୟବସ୍ଥା ଏବଂ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା କାରବାରରେ ଶୁଳ୍କ ନ ଲାଗିବା ବ୍ୟବସ୍ଥା ବଳବତ୍ତର ରହିବ ବୋଲି କୁହାଯାଇଛି। ଏହି ପ୍ରସଙ୍ଗରେ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ ନାମମାତ୍ର ଶୁଳ୍କ ଡିଜିଟାଲ କାରବାରର ପରିମାଣକୁ ବିଶେଷ ପ୍ରଭାବିତ କରିବାର ସମ୍ଭାବନା ନାହିଁ।

Leave A Reply

Your email address will not be published.