ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୧୫ ବର୍ଷରେ ପାଦ ଦେଲା ସୋଆ କମ୍ୟୁନିଟି ରେଡିଓ

0

ଭୁବନେଶ୍ୱର, ଅକ୍ଟୋବର ୧୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ୧୫ ବର୍ଷରେ ପାଦ ଥାପିଛି। ଗୁରୁବାର ରେଡ଼ିଓ ଷ୍ଟେସନ୍ ପରିସରରେ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ୧୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ସମାଜ ପ୍ରତି ସଚେତନତା, ଶୈକ୍ଷିକ ଓ ସୂଚନା ପ୍ରଦାନକାରୀ ମାଧ୍ୟମ ଭାବେ କାର୍ଯ୍ୟଧାରାକୁ ଜାରି ରଖିବା ନେଇ ସୋଆ ରେଡ଼ିଓ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମରେ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ଯୋଗ ଦେଇ ରେଡ଼ିଓର କାର୍ଯ୍ୟଧାରାକୁ ନେଇ ଏହାର ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଓଡ଼ିଶା କମ୍ୟୁନିଟି ରେଡ଼ିଓ ଆସୋସିଏସନ୍‌ର ସଭାପତି ଡକ୍ଟର ଶିଶିର ଦାସ ଯୋଗ ଦେଇ ଯୁବ ସମାଜକୁ ସଚେତନ କରାଇବା ଦିଗରେ ସୋଆ ରେଡ଼ିଓ ପ୍ରମୁଖ ଭୂମିକା ନେଉଛି ବୋଲି କହିଥିଲେ।

ସୋଆ ରେଡ଼ିଓକୁ ଆହୁରି ଦାୟିତ୍ୱ ସମ୍ପନ୍ନ ଓ ସଚେତନାମୂଳକ କରାଇବା ଦିଗରେ କାର୍ଯ୍ୟଧାରା ଜାରି ରହିବ ବୋଲି କାର୍ଯ୍ୟକ୍ରମ ଅବସରରେ ସୋଆ କମ୍ୟୁନିଟି ରେଡ଼ିଓର ଇନ୍‌ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ସୋଆର ପ୍ରଫେସର ମଧୁବ୍ରତା ମହାନ୍ତି, କମ୍ୟୁନିଟି ରେଡ଼ିଓର କର୍ମକର୍ତାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.