ପ୍ରମୁଖ ଖବର

୨୦୨୯ ସୁଦ୍ଧା ଭାରତ-ଇଟାଲୀ ବାଣିଜ୍ୟ ୨୦ ବିଲିୟନ ୟୁରୋ ଲକ୍ଷ୍ୟ
ଭାରତର ପ୍ରଥମ ସ୍ୱଦେଶୀ ବାର୍ଡ ଫ୍ଲୁ ଟିକା ବିକଶିତ
ନଭେମ୍ବର ୧୯ରେ ଶିଳ୍ପ ସମ୍ମିଳନୀ ଉଦ୍‌ଘାଟନ କରିବେ ମୋଦୀ
ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ପାର୍ସଲ ବଗିକୁ ବ୍ୟାପିଲା ନିଆଁ
ଉତ୍ତରପ୍ରଦେଶରେ ତୃତୀୟ ଥର ସରକାର ଗଠନ ନେଇ ଯୋଗୀଙ୍କ ଆଶା
ବିହାରରେ ସେନ୍‌କୋ ଗୋଲ୍ଡରୁ ୪୦ କୋଟିର ଅଳଙ୍କାର ଲୁଟ୍‌

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଝଟକା

0

ରାଜସ୍ଥାନ: ରାଜସ୍ଥାନରେ ବିଜେପି ସରକାର ଥିବା ସତ୍ତ୍ୱେ ପଞ୍ଚାୟତ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି କଂଗ୍ରେସ। ୩୭ଟି ଜିଲ୍ଲାରେ ହୋଇଥିବା ନିର୍ବାଚନରେ ଦଳ ବିଜେପିକୁ ପଛରେ ପକାଇଛି। ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନରେ କଂଗ୍ରେସ ଆଗୁଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସମେତ ଅନେକ ମନ୍ତ୍ରୀ ଓ ସାଂସଦଙ୍କ ନିଜ ଅଞ୍ଚଳରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ପ୍ରାପ୍ତ ତଥ୍ୟ ଅନୁସାରେ, ୩୭ଟି ଜିଲ୍ଲା ମଧ୍ୟରୁ ୨୫ଟିରେ କଂଗ୍ରେସ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦଖଲ କରିବା ସ୍ଥିତିରେ ରହିଛି। ବିଜେପି ୮ଟି ଜିଲ୍ଲାରେ ଏବଂ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ଜିଲ୍ଲାରେ ଆଗରେ ଅଛନ୍ତି। ସେହିପରି ୪୧୯ଟି ପଞ୍ଚାୟତ ସମିତିର ଗଣତି ଅନୁସାରେ କଂଗ୍ରେସ ୨୧୩ଟି, ବିଜେପି ୮୫ଟି ଏବଂ ସ୍ୱାଧୀନ ପ୍ରାର୍ଥୀ ୫୬ଟିରେ ବିଜୟୀ ହୋଇଛନ୍ତି।

ଚିତ୍ତୋରଗଡ଼, ସିରୋହି, ରାଜସମନ୍ଦ ଓ ଜାଲୋର ଭଳି ବିଜେପିର ଗଡ଼ରେ ଦଳକୁ ଝଟକା ଲାଗିଛି। ଅନ୍ୟପକ୍ଷରେ ଜୟପୁର, ଯୋଧପୁର, ବିକାନେର ଓ ଭିଲୱାଡ଼ାରେ କଂଗ୍ରେସ ନିଜ ସ୍ଥିତି ମଜବୁତ କରିଛି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗାନେର ନିର୍ବାଚନ ମଣ୍ଡଳୀରେ ଆରଏଲପି ବିଜୟୀ ହୋଇଥିବା ବେଳେ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ଝୋଟୱାରାରେ କଂଗ୍ରେସ ଆଗୁଆ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଜିଲ୍ଲା ଭରତପୁରରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଏଠାରେ ୩୧ଟି ଜିଲ୍ଲା ପରିଷଦ ଆସନରୁ କଂଗ୍ରେସ ୨୧ଟି ଦଖଲ କରିଛି। ଏପରିକି ବିଜେପିର ନଗର ଉନ୍ନୟନ ମନ୍ତ୍ରୀ ଝାବର ସିଂହ ଖାରାଙ୍କ ପତ୍ନୀ ଓ ଦୁଇ ପୁଅ ମଧ୍ୟ ପଞ୍ଚାୟତ ସମିତି ନିର୍ବାଚନରେ ହାରିଛନ୍ତି।

ତେବେ କୋଟା, ବାରାନ, କରୌଲି ଓ ଶ୍ରୀଗଙ୍ଗାନଗର ଜିଲ୍ଲାରେ ଗଣତି ବାକି ରହିଛି। ଏହି ଚାରି ଜିଲ୍ଲାରେ ଡିସେମ୍ବର ୧୭ରେ ଭୋଟ ଗଣତି ହେବ। ଏହାପରେ ରାଜ୍ୟର ଗ୍ରାମାଞ୍ଚଳ ନିର୍ବାଚନର ଚୂଡ଼ାନ୍ତ ଚିତ୍ର ସ୍ପଷ୍ଟ ହେବ।

Leave A Reply

Your email address will not be published.