ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ବାପା ହେଲେ ମିଳିବ ୧୫ ଦିନ ଛୁଟି

0

ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା
ତାମିଲନାଡୁ: ସନ୍ତାନ ଜନ୍ମ ସମୟରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି। ଏନେଇ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବିବାହିତ ପୁରୁଷ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସନ୍ତାନ ଜନ୍ମ ସମୟରେ ମା’ଙ୍କୁ ଶାରୀରିକ ଓ ମାନସିକ ସହାୟତା ଦେବା ସହ ନବଜାତ ଶିଶୁର ଯତ୍ନ ନେବାରେ ବାପାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ୧୫ ଦିନର ପିତୃତ୍ୱ ଛୁଟି ବ୍ୟବସ୍ଥା କରାଯାଇଛି। ଏହି ଛୁଟି ସନ୍ତାନ ଜନ୍ମର ସମ୍ଭାବ୍ୟ ତାରିଖର ୧୫ ଦିନ ପୂର୍ବରୁ କିମ୍ବା ଶିଶୁ ଜନ୍ମ ହେବାର ୬ ମାସ ମଧ୍ୟରେ ନିଆଯାଇପାରିବ। ଫଳରେ ପତ୍ନୀଙ୍କ ମାତୃତ୍ୱ ଛୁଟି ସମୟରେ ସ୍ୱାମୀ ତାଙ୍କ ପାଖରେ ରହିବା ସହ ନବଜାତ ଶିଶୁର ଯତ୍ନ ନେଇପାରିବେ।

ସୂଚନାଯୋଗ୍ୟ, ତାମିଲନାଡୁରେ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନର ମାତୃତ୍ୱ ଛୁଟି ମିଳୁଛି। ଦୀର୍ଘଦିନ ଧରି ପୁରୁଷ କର୍ମଚାରୀଙ୍କ ପାଇଁ ମଧ୍ୟ ପିତୃତ୍ୱ ଛୁଟି ବ୍ୟବସ୍ଥା କରିବାକୁ ଦାବି ହୋଇଆସୁଥିଲା। ସରକାରଙ୍କ ଏହି ପଦକ୍ଷେପ ପରିବାରର ଦାୟିତ୍ୱ ବାଣ୍ଟିବା ସହ ଶିଶୁର ଉତ୍ତମ ଲାଳନପାଳନରେ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.