ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

୨୪ ଘଣ୍ଟାରେ ରାଜନୀତି ପଲଟିଲା

0
  • ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ସମର୍ଥନ ଦେଇଥିଲା ବିଜେଡି
  • ଓଡ଼ିଆ ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ବିରୋଧ କଲେ ଧର୍ମେନ୍ଦ୍ର, ନିଶଙ୍କଙ୍କୁ ଚିଠି ଲେଖିଲେ

ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନର ୨୪ ଘଣ୍ଟା ବିତିନି, କେନ୍ଦ୍ର ସରକାର ତାହାକୁ ଭୁଲିଯାଇଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟ ଅଧ୍ୟାଦେଶ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ପ୍ରଫେସର ଏମ ସି ଦାସ ଓ ପ୍ରଫେସର ଜି ବି ଏନ୍‌ ଚଇନିଙ୍କ ଅଭିଯୋଗ ପତ୍ରକୁ ଆଧାର କରି ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀଙ୍କର ଜରୁରୀ ହସ୍ତକ୍ଷେପ ଲୋଡିଛନ୍ତି। ସିଧା ସିଧା କହିଛନ୍ତି ଯେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ଶିକ୍ଷକ, ଛାତ୍ରଛାତ୍ରୀ ପ୍ରମୁଖଙ୍କର ଅସନ୍ତୋଷ ରହିଛି ଏହି ଅଧ୍ୟାଦେଶକୁ ନେଇ। ବିଶେଷକରି କେନ୍ଦ୍ର ସରକାର ତାଙ୍କ ନୂଆ ଶିକ୍ଷାନୀତିରେ ଶିକ୍ଷାନୁଷ୍ଠାନକୁ ସ୍ବାୟତତା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ବିଶ୍ବବିଦ୍ୟାଳୟ ଅଧିନିୟମରେ ଶିକ୍ଷାନୁଷ୍ଠାନକୁ ଉଭୟ ସ୍ବାୟତତ୍ତା ଓ ସ୍ବତନ୍ତ୍ରତା କମିଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ଭୂମିକା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରକୁ ଯେତେ ସମର୍ଥନ ଦେଲେ ବି ବିଜେପି ସରକାର ଆଗକୁ ଆକ୍ରମଣାତ୍ମକ ଭୂମିକା ଓଡ଼ିଶା ବିରୋଧରେ ନେଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିଲେଣି।

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ରାଜ୍ୟ ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତନ ଆଣିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କ ପାଖକୁ ଚିଠି ଲେଖି ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଉଚ୍ଚ ଶିକ୍ଷା ବ୍ୟବସ୍ଥାର ସ୍ୱାୟତତାକୁ ବ୍ୟାପକ ଭାବରେ ସଙ୍କୁଚିତ କରାଯିବା ଦ୍ବାରା ରାଜ୍ୟର ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୦୫କୁ ଉଚ୍ଛେଦ କରି ବିଶ୍ୱବିଦ୍ୟାଳୟ ଗୁଡିକୁ ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଅଣାଯାଇଛି।

ସିଣ୍ଡିକେଟ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କ୍ଷୁର୍ଣ୍ଣ କରି ଏହାକୁ ଅମଲା କେନ୍ଦ୍ରୀକ କରିବା ପାଇଁ ରାଜ୍ୟ ସରକାର ତାଙ୍କ
ଅଧ୍ୟାଦେଶରେ ବ୍ୟବସ୍ଥା କରିଥିବା କୂଳପତି ସର୍ଚ୍ଚ କମିଟିରେ ସରକାରଙ୍କ ପ୍ରତିନିଧି ରହିବାର ବ୍ୟବସ୍ଥା
ଜବରଦସ୍ତି ଲଦିଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସରକାରୀ ଅଫିସର ରେଜିଷ୍ଟରଙ୍କୁ ସିଣ୍ଡିକେଟର ସମ୍ପାଦକ କରାଯିବାର ବ୍ୟବସ୍ଥା କରାଯାଇଛି ।

ସେହିପରି ପ୍ରଫେସର, ଆସିଷ୍ଟାଂଟ ପ୍ରଫେସର ଓ ଫାକଲଟି ଚୟନ ପ୍ରକ୍ରିୟାରେ ବିଶ୍ୱବିଦ୍ୟାଳୟ ଭୂମିକାକୁ ଶେଷ କରି ଓଡିଶା ଲୋକସେବା ଆୟୋଗକୁ ଏହି ଦାୟିତ୍ୱ ଦିଆଯାଇଛି । ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବ। ଏହାସହ ଅଣ ଶିକ୍ଷକ ପଦରେ ଚାକିରି ନେବା ପାଇଁ ଷ୍ଟାଫ୍ ସିଲେକକ୍ସନ କମିଶନକୁ ଦାୟିତ୍ୱ ନେଇ କୁଳପତିଙ୍କ ନିୟନ୍ତ୍ରିତ ବ୍ୟବସ୍ଥାକୁ ସମାପ୍ତ କରାଯାଇଛି।

ସେହିପରି ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରିବାର ପରମ୍ପରାକୁ ଶେଷ କରାଯାଇଛି। ଓଡିଶାରେ ଅଡିନାନ୍ସ ମାଧ୍ୟମରେ କରାଯାଇଥିବା ଏହି ପରବର୍ତନ ଅନ୍ୟ ରାଜ୍ୟର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି। ଶିକ୍ଷା ସାମ୍ବିଧାନିକ ବ୍ୟବସ୍ଥାରେ ମିଳିତ ତାଲିକାରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ଆଇନ କେନ୍ଦ୍ର ନୀତିର ବିରୁଦ୍ଧାଚରଣ କରିପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଆଇନଗତ ଶିକ୍ଷା ବ୍ୟବସ୍ଥା ଅନୁସାରେ ଆନ୍ଧ୍ର ଉସମାନିଆ ୟୁନିଭରସିଟି ଶିକ୍ଷକ ସଂଘ ବନାମ ଆନ୍ଧ୍ରପ୍ରଦେଶ
ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ସେ ରାଜ୍ୟର ଏପରି ଆଇନକୁ ଖାରଜ କରିଥିବା ପରିପ୍ରେକ୍ଷୀରେ ଓଡିଶାର ଏହି ଆଇନ କୋର୍ଟରେ ଖାରଜ ହେବାର ସମ୍ଭାବନା ଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଥାଉକି, ୨୦୨୦ ମେ’ ୨୪ ତାରିଖ ଠାରୁ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଥିବା ତାଙ୍କ ଆଭିମୁଖ୍ୟରେ ପରିବର୍ତନ ଆଣିଥିବା ଲକ୍ଷ୍ୟ କରାଯାଉଛି। ପୂର୍ବରୁ ଯେଭଳି ଆଖିବୁଜା ହଁରେ ହଁ ମାରୁଥିଲେ, ଏବେ ସେ ସ୍ଥିତି ଆଉ ନାହିଁ। ବରଂ କଂଗ୍ରେସ ଅପେକ୍ଷା ବିଜେପି ରାଜ୍ୟରେ ବିଜେଡି ସରକାରକୁ ଅକଳରେ ପକାଇବା ଲାଗି ଚେଷ୍ଟା ଚଳାଇଛି।

Leave A Reply

Your email address will not be published.