ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପୁଣି ଫେରିଲା ସିବିଆଇ, ଦେବୀଙ୍କ ଘରେ ଚଢଉ

0

ଭୁବନେଶ୍ବର: ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ଥରେ ସିବିଆଇ ଚିଟ୍‌ଫଣ୍ଡ କେଳେଙ୍କାରୀ ତଦନ୍ତକୁ ଫେରିଛି। ଆଜି ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଘରେ ସିବିଆଇ ରେଡ୍ ଚାଲିଛି। ସିବିଆଇର ଗୋଟିଏ ଟିମ୍ ଏହି ଚଢଉ କରୁଛନ୍ତି।

ଶ୍ରୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସି ସୋରକୁ ଅନୁକମ୍ପା ଦେଖାଇଥିବା ନେଇ ଅଭିଯୋଗ ଉଠିଥିଲା। ମହାନଦୀ ପଠାରେ ସିସୋରକୁ ବୋଟିଂ ପାଇଁ ଅନୁମତି ଦେବା ଠାରୁ ଏକାଧିକ ପର୍ଯ୍ୟଟନ ପ୍ରକଳ୍ପକୁ ଏହି ସଂସ୍ଥାକୁ ଦିଆଯାଇଥିଲା। ଏହି ଘଟଣାରେ ପୂର୍ବରୁ ଦେବୀଙ୍କ ଦୁଇ ଅନୁଗତ ପ୍ରଫୁଲ୍ଲ ସିଂହ ଓ ଦିଲ୍ଲୀପ ମିଶ୍ରଙ୍କୁ ସିବିଆଇ ଡାକି ଜେରା କରିଥିଲେ। ହେଲେ ପରବର୍ତୀ ସମୟରେ ସିବିଆଇ ତଦନ୍ତରେ ଶିଥିଳ ପଡ଼ିଯାଇଥିଲା।

ସିବିଆଇର ଏହି ଚଢଉ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ପୁଣି ଥରେ ସିବିଆଇ ଫେରି ତନାଘନା କରିବ ବୋଲି ଖବର ଆସି ପହଞ୍ଚିଛି। ଆଗକୁ ଦୁଇ ଦୁଇ ଉପ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ସିିବିଆଇ ପୁଣି ଥରେ ତଦନ୍ତକୁ ଫେରିବା ଘଟଣା ରାଜନୈତିକ ମହଲ ମଧ୍ୟ ବେଶ୍ ଗୁରୁତ୍ବ ଦେଉଛନ୍ତି।

Leave A Reply

Your email address will not be published.