ପ୍ରମୁଖ ଖବର

ଥାନାରେ ପୁଲିସର ଆଚରଣ ପାଇଁ ଆସିବ ମାର୍ଗଦର୍ଶିକା, ସବୁ ପୁଲିସ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା
ହରିୟାଣା ନିର୍ବାଚନ ଫଳାଫଳ: ଜୁଲାନା ଆସନରୁ ଜିତିଲେ ଭିନେଶ ଫୋଗାଟ
OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ
ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ମିଥୁନ ଚକ୍ରବର୍ତ୍ତୀ
ବିଧାନସଭା ନିର୍ବାଚନରେ ମିଥ୍ୟା ତଥ୍ୟ ଦାଖଲ ନେଇ ଲକ୍ଷ୍ମଣ ବାଗଙ୍କୁ ଝଟ୍‌କା
‘ଦମନ’କୁ ମିଳିଲା ଜାତୀୟ ପୁରସ୍କା
ଓମାର ଅବଦୁଲ୍ଲା ହେବେ ଜାମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଖୋର୍ଧାରେ ସୀମା ଡେଇଁଲା ସଂକ୍ରମଣ

0
  • ରେକର୍ଡ କଲା ଖୋର୍ଧା, ୯୦୨ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ୪୩୫୬ଜଣଙ୍କ କୋଭିଡ୍ ସଂକ୍ରମଣ ତାଲିକାରେ ସାମିଲ
  • ଆଉ ୧୬ଜଣଙ୍କ ମୃତ୍ୟୁ ସୂଚନା , ମୋଟ ସଂଖ୍ୟା ୭୮୩ ଛୁଇଁଲା
  • ଗତକାଲି ୫୩ ହଜାର ୫୩୪ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଗତକାଲି ରାଜ୍ୟରେ ଯେତେ ପରୀକ୍ଷା ହୋଇଥିଲା, ସେ ମଧ୍ୟରେ ୪୩୫୬ଜଣଙ୍କର କରୋନା ଭୂତାଣୁ ଥିବା ଜଣାପଡ଼ିଛି। ଚିନ୍ତାଜନକ କଥା ହେଲା, ଖୋର୍ଧା ଜିଲ୍ଲାରେ ସଂକ୍ରମଣ ପୂର୍ବର ତଥା ରାଜ୍ୟର ସମସ୍ତ ରେକର୍ଡକୁ ଡେଇଁ ଏମିତି ଏକ ସ୍ଥିତିରେ ପହଞ୍ଚିଛି, ଯାହାକୁ ଦେଖିଲେ, ଯେ କେହି ତଟସ୍ଥ ହୋଇଯିବ। ଖୋର୍ଧାରେ ୯୦୨ ଜଣଙ୍କ ଠାରେ କୋଭିଡ୍ ଭୂତାଣୁ ଚିହ୍ନଟ କରାଯାଇଛି। ସଂକ୍ରମଣ ହାର କମିବା ପରିବର୍ତେ ଏଭଳି ଢଙ୍ଗରେ ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଚକିତ ହୋଇପଡ଼ିଲେଣି।

ସେପଟେ ରାଜ୍ୟର ପାଖାପାଖି ଅଧା ଅର୍ଥାତ୍ ଷ୍ଟେଟ୍ ପୁଲ୍‌କୁ ମିଶାଇ ୧୫ଟି ସ୍ଥାନରେ ସଂକ୍ରମଣର ସ୍ଥିତି ଉଦବେଗଜନକ ରହିଛି। ଏସବୁ ସ୍ଥାନରେ ଶହେରୁ ଅଧିକ ସଂକ୍ରମିତ ଅଛନ୍ତି। କଟକ ଜିଲ୍ଲାରେ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ୪୦୯ ଥିବା ବେଳେ ପୁରୀରେ ୧୬୮,ନୂଆପଡାରେ ୧୭୩, କେନ୍ଦ୍ରାପଡାରେ ୧୧୯, ଜଗତସିଂହପୁରରେ ୧୭୧, ବାଲେଶ୍ବରରେ ୧୯୪, ଭଦ୍ରକରେ ୧୨୪, ବରଗଡରେ ୧୦୬, ଝାରସୁଗୁଡାରେ ୧୨୦, ଯାଜପୁରରେ ୧୩୬, ମୟୂରଭଂଜରେ ୧୫୩, ରାୟଗଡାରେ ୧୨୧, ସୁନ୍ଦରଗଡରେ ୧୦୧ ଜଣ କୋଭିଡ୍ ପଜିଟିଭ୍ ତାଲିକାରେ ଯୋଡି ହୋଇଛନ୍ତି।

ଗତକାଲି ରାଜ୍ୟରେ ମୋଟ ୫୩ହଜାର ୫୩୪ଜଣଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ସେ ମଧ୍ୟରୁ ୯୯୧୭ଜଣଙ୍କର ଆର୍‌ଟିସିଆର୍ ଓ ୪୩ହଜାର ୫୨୩ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଉ ୧୬ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି ଓ ଏଥିସହିତ ମୃତ୍ୟୁ ସଂଖ୍ୟା ୭୮୩ରେ ପହଞ୍ଚିଛି।

Leave A Reply

Your email address will not be published.