ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଆଉ କେତେ ଘଣ୍ଟା ବର୍ଷା ଛେଚିବ ଜାଣନ୍ତୁ

0

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ ଡିପ୍ରେସନ୍ କାକିନାଡ଼ା ଠାରୁ ଆଉ ମାତ୍ର ୧୦୦ କିମି ଦୂର ରେ ରହିଛି। ଏହି କ୍ଷେତ୍ର କୁ ବର୍ତ୍ତମାନ ମଛଲିପଟନମ୍ ଡପଲର ରାଡାର ମାଧ୍ୟମରେ ସ୍ପଷ୍ଟ ଭାବରେ ନିରୀକ୍ଷଣ କରିହେଉଛି । ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଉ ୬ ଘଣ୍ଟା ମଧ୍ୟ ରେ କାକିନାଡ଼ା ନିକଟରେ ସ୍ଥଳଭାଗ ଅତକ୍ରମ କରିବ । ପ୍ରଭାବ ରେ ଉତ୍ତର ଆନ୍ଧ୍ରରେ ଅତି ପ୍ରବଳ ବର୍ଷା ସହିତ ପବନ ର ବେଗ ଘଣ୍ଟା ପ୍ରତି ୬୦-୭୦କିମି ରହିବ ଓ ବେଳେବେଳେ ୭୫କିମି ଯାଇପାରେ ବୋଲି ସାର୍ଥକ ମିଶ୍ର କହିଛନ୍ତି।

ଦକ୍ଷିଣ ଓଡ଼ିଶା ଉପକୂଳ ଗଜପତି, ଗଞ୍ଜାମ , ପୁରୀ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଅଞ୍ଚଳ ରେ ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ଓ ବେଳେବେଳେ ୬୦କିମି ରହିବ ।

ଆଜି ରାତି ଯାଏ ଏ କ୍ଷେତ୍ର ପ୍ରଭାବ ରେ ବର୍ଷା ଓ ପବନ ଜାରି ରହିବ ଓ ପରେ କମିଯିବ। ଏହି ସମୟ ରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ । ବନ୍ଦର ଗୁଡ଼ିକ ରେ ୩ ନ ବିପଦ ସଂକେତ ଜାରି । ଉତ୍ତର ଆନ୍ଧ୍ର ର ଜିଲ୍ଲା ଗୁଡ଼ିକ ରେ ସାଧାରଣ କ୍ଷୟକ୍ଷତି ସମ୍ଭାବନା ।

Leave A Reply

Your email address will not be published.