ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଂଗ୍ରେସ ରାସ୍ତାରେ ଓଡ଼ିଶା ବିଜେପି!

0

ଭୁବନେଶ୍ବର: ମେଣ୍ଟ ଭାଙ୍ଗିବା ପରେ ବିଜେପି ଓଡ଼ିଶାରେ ଏକ ବଡ଼ ଦୁର୍ଦିନର ସାମ୍ନା କରୁଥିଲା। କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ୨୦୧୬ ମସିହାଠାରୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ କରୁଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି କଂଗ୍ରେସକୁ ତିନି ନମ୍ବର ଆସନରେ ବସାଇ ବିଜେଡିର ନିକଟତର ହେଲା। ୨୦୧୯ ସାଧାରଣ ନିର୍ବାଚନରେ ଦଳକୁ ସେଭଳି ଆଖିଦୃଶିଆ ଅଙ୍କ ବିଧାନସଭାରେ (୨୩) ନ ମିଳିଲେ ବି ପାଖାପାଖି କୋଟିଏ ଭୋଟର ବିଜେପି ସହିତ ରହିଥିବା ପ୍ରମାଣ ଦେଲେ। ୮ ସାଂସଦ ନିର୍ବାଚିତ ହେଲେ।

ଏଭଳି ଏକ ପୃଷ୍ଠଭୂମି ଓ ପରିସଂଖ୍ୟାନ ସୂଚାଉଛି ଯେ ବିଜେପି ଉର୍ଧ୍ବ ମୁଖୀ। ହେଲେ ରାଜ୍ୟ ବିଜେପିକୁ ନିରେଖି ଦେଖୁଥିବା ରାଜନୈତିକ ପଣ୍ଡିତମାନେ ଏବେ ଆକଳନ କଲେଣି ଯେ ଦଳର ଭବିଷ୍ୟତ ଓଡ଼ିଶାରେ ଭଲ ନାହିଁ। କଂଗ୍ରେସ ଭଳି ବିଜେପି କେବଳ ବହୁଧା ବିଭକ୍ତ ତା ନୁହେଁ, ପରଶ୍ରୀକାତରତା ଓ ଈର୍ଷା ବିଜେପିକୁ ଆମୂଳଚୁଳ ଗ୍ରାସ କରିସାରିଲାଣି। ହୋ ହଲ୍ଲା, ଗଣମାଧ୍ୟମରେ ବିବୃତି ମାଡ଼ ଭିତରେ ଦଳ ବଞ୍ଚିଛି, ହେଲେ କୌଣସି ଗୋଟିଏ ରାଜନୈତିକ ପ୍ରସଙ୍ଗ ରାଜ୍ୟ ସରକାର ବିରୋଧରେ ଛିଡା କରିବାରେ ବିଜେପି ନେତା ସମର୍ଥ ହୋଇପାରୁନାହାନ୍ତି।

ସମାନ୍ତରାଳ ଭାବେ ଏକଥା ବି ତୃଣମୂଳଯାଏ ବାର୍ତା ଗଲାଣି ଯେ ବିଜେଡି ପ୍ରେମ ବିଜେପିକୁ ଭିଜାଇ ଦେଇଛି। ୨୦୦୪ ମସିହାରୁ ୨୦୧୪ ଯାଏ କଂଗ୍ରେସର ଶୀର୍ଷ ନେତାଙ୍କ ଯେଉଁ ଆଚରଣ ରାଜ୍ୟ ନେତାଙ୍କୁ ଦୁର୍ବଳ କରିଦେଇଥିଲା୍, ବିଜେପିକୁ ସେହି ରୋଗ ଗ୍ରାସିଛି। ଏହାବ୍ୟତୀତ କଂଗ୍ରେସ ଭଳି ବିଜେପି ନେତାମାନେ କ୍ଷମତା ଆଗରୁ ଚୌକି ଚିନ୍ତାରେ ଏଭଳି ବିଭୋର ହୋଇଗଲେଣି ଯେ ସଂଗଠନ ଏବେ ବହୁଧା ବିଭକ୍ତ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଏବଂ ଭାରତର ଅନୁସୂଚିତ ଜନଜାତି ବର୍ଗରେ ବଡ଼ ପ୍ରଭାବ ରଖିଥିବା ଜୁଏଲ ଓରାମ ଏବେ କେଉଁଠି? ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ଶୀର୍ଷ ନେତୃତ୍ବ ତାଙ୍କୁ ବ୍ୟବହାର କରିବାକୁ ସମ୍ଭବତଃ ଆଗ୍ରହ ରଖୁନାହାନ୍ତି, ସେ ବି ପୂରା ନିରବ। ସବୁ ବିଧାନସଭା ଆସନରେ ବିଜେଡି ଜିତିଲେ ବି ଲୋକସଭା ସିଟ୍‌କୁ ଛଡାଇ ନେଇଥିଲେ ସୁରେଶ ପୂଜାରୀ। ରାଜ୍ୟ ବିଜେପିର ଏହି ପୂର୍ବତନ ସଭାପତି ଏବେ ନିଜକୁ ନିର୍ବାଚନମଣ୍ଡଳୀ ଭିତରେ ସୀମିତ ରଖିଛନ୍ତି, ସେ ସ୍ବର ପୁଣି ବହୁତ ପ୍ରଭାବୀ ନାହିଁ ଯେମିତି ତାଙ୍କ ଠାରୁ ଆଶା କରାଯାଉଥିଲା। ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ଦଳର ପୂର୍ବତନ ସଭାପତି କନକ ବର୍ଧନ ସିଂହଦେଓ ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ଦୃଷ୍ଟିଗୋଚର ହେଉନାହିଁ; ଯଦିଓ ତାଙ୍କ ପତ୍ନୀ ସଙ୍ଗୀତା ଏବେ ବଲାଙ୍ଗୀର ସାଂସଦ ଅଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବର ,ବିଧାନସଭା ବାହାରେ ଅତ୍ୟନ୍ତ ନିଷ୍ପ୍ରଭ ରହିଛି। ବିଧାନସଭା ଭିତରେ ବି ସେ ଯେଉଁ ଖଣି ଦୁର୍ନୀତି କଥା ଉଠାଇଲେ, ତାହାକୁ ରାଜ୍ୟ ବିଜେପି ନେତାମାନେ ଲୋକମାନଙ୍କ ନିକଟକୁ ନେବା ଲାଗି କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିନାହାନ୍ତି। ଅତୀତରେ କଂଗ୍ରେସ ଏହି ରୋଗର ଶିକାର ହୋଇଥିଲା। ବିଧାନସଭା ଭିତରେ ବିରୋଧୀ ଦଳ ନେତା ପଦବିରେ ଥାଇ ନରସିଂହ ମିଶ୍ର ମହାନଦୀ ମହାବିବାଦ ପ୍ରସଙ୍ଗରେ ଗର୍ଜନ ତର୍ଜନ କରିବା ସହିତ ସର୍ବଦଳୀୟ ବୈଠକ ଡାକି ଗୋଟିଏ ପ୍ରକାର ସହମତି ଆଣିଥିବା ବେଳେ ତତ୍କାଳୀନ ପିସିସି ସଭାପତି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲେ, ଯାହା କଂଗ୍ରେସକୁ ବ୍ୟାକ୍‌ଫୁଟକୁ ନେଇଥିଲା।

ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ରଙ୍କ ଅଭିଯାନ ସହିତ ରାଜ୍ୟ ବିଜେପିର ଅନ୍ୟ ଅଂଶ ନାହିଁ। ଏହା ପୁରୀ ଜିଲ୍ଲା ଭିତରେ ସୀମିତ ରହିଗଲାଣି, ଯଦିଓ ସେ ଏହି ପ୍ରସଙ୍ଗକୁ ହାଇକୋର୍ଟଙ୍କ ସାମ୍ନାକୁ ଆଣି ସରକାରଙ୍କୁ ଅକଳରେ ପକାଇଛନ୍ତି। ଏହି ପ୍ରସଙ୍ଗରେ ବିଧାନସଭା ଭିତରେ ବି ଗର୍ଜନ ତର୍ଜନ ହେଲା ନାହିଁ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯାନ କେବଳ ତାଙ୍କ କର୍ମୀ ଓ ନିଜ ଭିତରେ ସୀମିତ ରହିଛି। ଅପରାଜିତାଙ୍କ କାର୍ଯ୍ୟାଳୟ ବନ୍ଦ କରାଯିବା, ତାଙ୍କୁ ପ୍ରଶାସନ ନୋଟିସ୍ ଦେବା, କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ଫେରାଦ ହେବା ଏଭଳି ଘଟଣାରେ ରାଜ୍ୟ ବିଜେପିର ଅନ୍ୟ ତୁଙ୍ଗ ନେତାମାନେ ଥରୁଟିଏ କହିଦେଇ ନିରବ ରହିଲେ।

ବାଲେଶ୍ବର ଉପନିର୍ବାଚନ ସୂଚାଉଛି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜେ ଏହାର ଶୀର୍ଷରେ ରହି ଏକୁଟିଆ ବିଜେଡି ଆକ୍ରମଣକୁ ପ୍ରତିହତ କରିବେ। ଏଯାଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାକୁ ଯାଇନାହାନ୍ତି। ବିରୋଧୀ ଦଳ ନେତା ନାମାଙ୍କନ ପତ୍ର ଦାଖଲ ଦିନ ଉପସ୍ଥିତ ଥିଲେ। ଦଳ ୨୦୧୮ରେ ବିଜେପୁର ଉପନିର୍ବାଚନ ଲଢିବା ବେଳେ ଯେଉଁ ତାକତ ଦେଖାଇଥିଲା, ତାହା ନା ବାଲେଶ୍ବର ନା ତିର୍ତ୍ତୋଲରେ ଦେଖାଯାଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ମାତ୍ରାଧିକ ନିରବତା ଅବଲମ୍ବନ କରୁଛନ୍ତି। ପରିବର୍ତ୍ତିତ ରଣକୌଶଳରେ ଶ୍ରୀ ପ୍ରଧାନ ଏବେ କେନ୍ଦ୍ରୀୟ ଯୋଜନାର ଲାଭାଂଶ ସଂପର୍କରେ ଟ୍ବିଟ୍‌ର ଜରିଆରେ ଲୋକଙ୍କ ନିକଟକୁ ପହଞ୍ଚାଉଛନ୍ତି ସତ, ହେଲେ ତାଙ୍କ ରଣନୀତି ବି ଅଳ୍ପ କିଛି କାର୍ଯ୍ୟକ୍ଷମ ଭିତରେ ସୀମିତ ରହିଛି। ଆଗଭଳି ସରକାରଙ୍କୁ ଆକ୍ରମଣ କରିବା ଦେଖାଯାଉନାହିଁ କି ସଂଗଠନକୁ ଚଳଚଞ୍ଚଳ କରିବା ଲାଗି ସେ ବିଶେଷ ମନୋନିବେଶ କରୁନାହାନ୍ତି। ନିକଟରେ ଶ୍ରୀ ପ୍ରଧାନ ଓଡ଼ିଶା ଗସ୍ତରେ ଆସି କେବଳ କେନ୍ଦ୍ର କୃଷି ବିଲ୍ ସଂପର୍କରେ ମତ ରଖିଥିଲେ। ରାଜ୍ୟ ପ୍ରସଙ୍ଗ ଏଥିରେ ସ୍ଥାନ ପାଇନଥିଲା।

ବିଜେଡି ବିରୋଧରେ ଏକ ବଡ଼ ଅଭିଯାନ କରି ତାର ନେତୃତ୍ବ ନେବେ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟାଣ ଦେଖାଉଥିଲେ। ଦଳ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ପଦ ପଦବି ଦେଇଛି। ହେଲେ ନିର୍ବାଚନରେ ନ ଜିତିଲେ ନାହିଁ, ରାଜ୍ୟ ବିଜେପିରେ ବି ନିଜର ପତିଆରା ବୃଦ୍ଧି କରିବାରେ ସକ୍ଷମ ହୋଇନାହାନ୍ତି ଶ୍ରୀ ପଣ୍ଡା। ଯେହେତୁ ସେ ନିଜେ ନିଜର ଗୋଷ୍ଠୀ ଭିତରେ ଆବଦ୍ଧ, ଅନ୍ୟ କୌଣସି ରାଜନେତାଙ୍କୁ ସାମ୍ନାକୁ ଆଣି ତାଙ୍କୁ ସୁରକ୍ଷା ଦେଇନାହାନ୍ତି, ଏବେ ତାଙ୍କ ଶିଳ୍ପସଂସ୍ଥା ଉପରେ ପ୍ରଚଣ୍ଡ ଆକ୍ରମଣ ବେଳେ ବିଜେପିର ଅନ୍ୟ ନେତାମାନେ କାହିଁକି ସାମ୍ନାକୁ ଆସିବେ?

ଆହୁରି କୌତୂହଳ ବିଷୟ ହେଲା, ନିର୍ବାଚନ ପୂର୍ବରୁ ଗର୍ଜନ ତର୍ଜନ କରୁଥିବା ବିଜେପିର କେନ୍ଦ୍ରୀୟ ନେତା ଏବେ ସମ୍ପୂର୍ଣ୍ଣ ନିଷ୍ପ୍ରଭ ପ୍ରାୟ ଅଛନ୍ତି। କୌଣସି ଜଣେ ବି ଓଡ଼ିଶା ସରକାର ବିରୋଧରେ ଦୂରେ ଥାଉ ନିଜ ଦଳର ସଂଗଠନକୁ ଅଧିକ ସକ୍ରିୟ କରିବା ଲାଗି ବି ଉଦ୍ୟମ କରୁନାହାନ୍ତି। ପରିଣାମ ହେଲା, ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଏବେ ଧୀରେ ସଚଳ ହୋଇ ସରକାରର ବିକଳ୍ପ ବାତାବରଣ ସୃଷ୍ଟି କରିବା ବଦଳରେ ନିଶ୍ଚଳ ପ୍ରାୟ ଅବସ୍ଥାକୁ ଯିବା ଆରମ୍ଭ କଲାଣି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୪ ପୂରି ୭୫ଚାଲିଲା। ରାଜ୍ୟ ରାଜନୀତିରେ ଗତ ୨୦ବର୍ଷ ଧରି ତାଙ୍କର ଗୋଟିଚାଳନାରେ ବିରୋଧୀ ଶିବିର ଅସ୍ତବ୍ୟସ୍ତ ହୋଇଗଲେଣି। ବିଭ୍ରାନ୍ତିରେ ଜଡସଡ। କେଉଁଆଡୁ ଏବଂ କେମିତି ସରକାରକୁ ଘେରିବେ ବାଟ ପାଉନାହାନ୍ତି। ଏକଦା ବିରୋଧୀ ଶିବିର ଘୋଷା ଚଳାଇଥିଲା ପ୍ୟାରୀମୋହନ ମହାପାତ୍ର ବିଜେଡି ହାତ ଛାଡ଼ିଦେଲେ ଦ୍ରୁମ ଓଲଟିବ। ବିଜେଡି ଅଧିକ ଶକ୍ତିଶାଳୀ ହେଲା ଓ ବିଧାନସଭାରେ ସଂଖ୍ୟା ପ୍ରଥମେ ୧୧୭ ଓ ପରେ ୨୦୧୯ରେ ୧୧୨ ହେଲା। ଲୋକସଭାରେ ୨୦୧୪ରେ ଗୋଟିଏ ଆସନ ବିଜେପିକୁ ଛାଡି ସବୁ ୨୦ ଆସନ ଦଳ ହାତେଇ ନେଲା। ଏଥର ବିଜେପିର ଏକତରଫା ବାତାବରଣ ସତ୍ତ୍ବେ ବି ୨୧ରୁ ୧୨ ଲୋକସଭା ଆସନ କଂଗ୍ରେସ ହାତରେ। ଏବେ ନବୀନ ନୂଆ ପିଢିଙ୍କୁ ବିଜେଡି ସଂଗଠନର ଡୋରି ଧରାଇ ବିଜେଡିର ଲମ୍ବା ଜୀବନ ପାଇଁ ତାକତ ଦେଉଛନ୍ତି। ବିଜେପି ହାତରୁ ଯୁବ ଭୋଟର ଦୂରେଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ତଥାପି ବିରୋଧୀ ଶିଖିନାହାନ୍ତି। କଂଗ୍ରେସ ଯେଉଁ ରାସ୍ତାରେ ବିଜେପି ସେହି ବାଟରେ ଆଗଉଛି!

Leave A Reply

Your email address will not be published.