ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ପୁଣି ମାତିଲେ ମାଓବାଦୀ

0
  • ମାଲକାନଗିରି ଜିଲ୍ଲା ଯୋଡାମ୍ବରେ ମାଓ ହିଂସାକାଣ୍ଡ
  • ଜଣଙ୍କର ଗଳାକାଟି ହତ୍ୟା କଲେ , ୨ଜଣଙ୍କୁ ନିସ୍ତୁକ ମାଡ଼
  • ପୁଲିସ ଇନଫର୍ମର ସନ୍ଦେହରେ ଏପରି କାଣ୍ଡ ଭିଆଇଲେ
  • ପୂର୍ବରୁ ଲ୍ୟାଣ୍ଡମାଇନ୍ ବିଛାଇଥିଲେ, ଜବତ କରିଥିଲା ବିଏସ୍‌ଏଫ୍

ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ସରକାରଙ୍କ ବିକାଶମୂୁଳକ କାର୍ଯ୍ୟ ଏବେ ମାଓବାଦୀଙ୍କୁ ବିଚଳିତ କରିଛି। ଧୀରେ ଧୀରେ ସେମାନଙ୍କ ହାତରୁ ସେ ଅଞ୍ଚଳ ଖସିଯାଉଥିବା ଲକ୍ଷ୍ୟ କରୁଛନ୍ତି। ଏଣୁ ପୁଣି ଥରେ ଯୋଜନାବଦ୍ଧ ଭାବେ ଲଢେଇ ପାଇଁ ମୋର୍ଚ୍ଚା ବାନ୍ଧିଲେଣି। ଗତ ୪୮ ଘଣ୍ଟା ଭିତରେ ଦୁଇଦୁଇଟି ଘଟଣା ସୂଚାଇ ଦେଉଛି ଯେ ସ୍ବାଭିମାନ ଅଞ୍ଚଳରେ ଯବାନ ଓ ପୁଲିସ ଇନଫର୍ମର ସେମାନଙ୍କ ଟାର୍ଗେଟରେ ଅଛନ୍ତି।

ମଙ୍ଗଳବାର ରାତିରେ ଯୋଡା଼ମ୍ବ ଥାନାର ଖଜୁରୀଗୁଡା ଗାଁରେ ସେମାନେ ହିଂସାକାଣ୍ଡ ଭିଆଇବା ସହିତ ଲୋକଙ୍କ ଭିତରେ ପ୍ରଚଣ୍ଡ ଭୟ ସୃଷ୍ଟି କରିଛନ୍ତି। ମିଳିଥିବା ଖବର ଅନୁସାରେ ପ୍ରାୟ ୪୦ ପାଖାପାଖି ମାଓବାଦୀ ଏକସଙ୍ଗରେ ଗାଁରେ ପ୍ରବେଶ କରିଥିଲେ। ସେମାନେ ସେହି ଗାଁର ଦାସ ଖେମୁଡୁ, ସନା ହନ୍ତାଳ ଏବଂ ସମରୁ ଖିଲକୁ ଖୋଜିଥିଲେ। ସେମାନଙ୍କ ଘରୁ ତାଙ୍କୁ ଟାଣିଆଣି ସର୍ବସାଧାରଣରେ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କର ସବୁ ତଥ୍ୟ ପୁଲିସକୁ ଦେଇ ଦେଉଥିବା ଅଭିଯୋଗରେ ଏଭଳି ଦଣ୍ଡ ଦେଇଥିଲେ ମାଓବାଦୀ।

ଦୀର୍ଘ ସମୟ ଧରି ଏପରି କାଣ୍ଡ କରିବା ସହିତ ଲୋକଙ୍କୁ ସରକାର ବିରୋଧରେ ମତାଇଥିଲେ ଓ ପୁଲିସକୁ କୌଣସି ସୂଚନା ନ ନଦେବା ଲାଗି ତାଗିଦ୍ କରିଥିଲେ। କାଳେ ସେମାନଙ୍କର ଧମକକୁ କେହି ହାଲକା ଭାବେ ନେବ, ସେଥିଲାଗି ଫେରିବା ବେଳେ ଦାସ ଖେମୁଡୁର ଗଳାକାଟି ଗାଁ ଦାଣ୍ଡରେ ହତ୍ୟା କରିଥିଲେ।

ଏହି ଘଟଣା ସେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ବିଶ୍ବସ୍ତ ସୂତରୁ ମିଳୁଥିବା ସୂଚନା ଅନୁସାରେ, ଯବାନଙ୍କ ଉପରେ ଆକ୍ରମଣ ଚାଲ୍ ବିଫଳ ହୋଇଯିବା ଘଟଣା ସେମାନଙ୍କୁ ଉତ୍ତ୍ୟକ୍ତ କରିଛି। ସ୍ବାଭିମାନ ଅଞ୍ଚଳରେ ମାଓଦମନ ଏବେ ଜୋରଦାର ଚାଲିଛି। ବିଏସ୍‌ଏଫ୍ ଯବାନମାନେ ଅପରେସନ୍ ଜାରି ରଖିଛନ୍ତି। କମ୍ବିଂ ବେଳେ ଯବାନମାନେ ସେ ଅଞ୍ଚଳର ଦାରଲାବେଡା, ଟୁଟୁଗୁମି, ଗୋରାସେତୁ ଅଞ୍ଚଳରେ ପୋତାଯାଇଥିବା ୭ଟି ଲ୍ୟାଣ୍ଡ ମାଇନ୍‌ ଠାବ ସହ ନିଷ୍କ୍ରିୟ କରିଦେଇଥିଲେ। ଏହାଦ୍ବାରା ମାଓବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା ଫସର ଫାଟିଯାଇଥିଲା। ସେମାନଙ୍କ ଯୋଜନା ସଂପର୍କରେ ସ୍ଥାନୀୟ ଅଞ୍ଚଳର କେହି ବ୍ୟକ୍ତି ପୁଲିସକୁ କହିଦେଇଥିବା ସନ୍ଦେହରେ ସେମାନେ ଏଭଳି ଲଙ୍କାକାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.