ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ତଥ୍ୟ ଚାପି ତଣ୍ଡ ଗଣିଲେ ବାବୁ

0

ଭୁବନେଶ୍ୱର: ଜଣେ ସୂଚନା ଆବେଦନକାରୀଙ୍କୁ ମଗାଯାଇଥିବା ତଥ୍ୟ ଦେବା ବଦଳରେ ସରକାରୀ ବାବୁ ତାହାକୁ ଚାପି ଦେବା ଘଟଣାରେ ରାଜ୍ୟ ସୂଚନା କମିସନ ବିକ୍ରମ ସେନାପତି ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜରିମାନା ଆଦେଶ ଦେଇଛନ୍ତି।ତଥ୍ୟ ଦେବା ବଦଳରେ ଏଥିରେ ବାଧକ ସାଜିଥିବା ଅଭିଯୋଗରେ କମିସନ ରାଜ୍ୟ ସମବାୟ ନିବନ୍ଧକଙ୍କ ସୂଚନା ଅଧିକାରୀଙ୍କୁ ଦଣ୍ଡିତ କରିଛନ୍ତି। ଆର୍‌ସିଏସ୍‌ଙ୍କ ପୂର୍ବତନ ସୂଚନା ଅଧିକାରୀ ବୁଦ୍ଧିରାମ ମଲ୍ଲିକଙ୍କୁ ୯ ହଜାର ଟଙ୍କାର ଜରିମାନା କରାଯାଇଛି।

୨୦୧୬ ମସିହାରେ ଦୁଃଖବନ୍ଧୁ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ତାଙ୍କ ଅବସରକାଳୀନ ଦେୟ ବିଳମ୍ବ ନେଇ ନ୍ୟାୟ ନ ପାଇବା କାରଣରୁ ସୂଚନା ଅଧିକାର ଆଇନର ହସ୍ତକ୍ଷେପ ଲୋଡ଼ିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଇଥିବା ଦରଖାସ୍ତ ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସଂପର୍କରେ ଦୁଃଖବନ୍ଧୁ ତଥ୍ୟ ମାଗିଥିଲେ। ଶ୍ରୀ ବିଶ୍ବାଳଙ୍କ ଦରଖାସ୍ତକୁ ତତ୍କାଳୀନ ସୂଚନା ଅଧିକାରୀ ବସନ୍ତ ସିଂହଙ୍କ ପାଖରେ ଦାଖଲ ନ କରି ବୁଦ୍ଧିରାମ ଚାପି ଦେଇଥିଲେ। ଏହି ମାମଲା ରାଜ୍ୟ ସୂଚନା କମିସନଙ୍କ ନିକଟକୁ ଆସିବା ପରେ ମାମଲାର ଶୁଣାଣି ହୋଇଥିଲା। ଏଥିରେ ବୁଦ୍ଧିରାମ ପରସ୍ପର ବିରୋଧୀ ମନ୍ତବ୍ୟ ରଖି ମାମଲାକୁ ବାଟବଣା କରିବାକୁ ଚାହିଁଥିଲେ। ଲଫଳରେ କମିସନ ବିରକ୍ତ ପ୍ରକାଶ କରିଥିଲେ।

ତାଙ୍କ ନିର୍ଦେଶରେ କମିସନ ଦର୍ଶାଇଛନ୍ତି ଯେ ବୁଦ୍ଧିରାମଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ଏହି ଘଟଣାରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ବିଷୟରେ ସ୍ପଷ୍ଟ ସୂଚନା ଦେଉଛି। ତାଙ୍କର ଆଚରଣ ସୂଚନା ଆଇନର ବିରୋଧୀ ବୋଲି ମନେ ହେଉଛି। ୯ ହଜାର ଟଙ୍କା ତାଙ୍କୁ ଜରିମାନା କରିବା ସହିତ ଏହି ଅର୍ଥ ଏକ କାଳୀନ ସରକାରୀ ଟ୍ରେଜେରିରେ ଦାଖଲ କରିବାକୁ କମିସନ ବୁଦ୍ଧିରାମଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.