ବଦଳୁଛି ଯାଜପୁର ରାଜନୀତି ସମୀକରଣ
ଅମର ପାଇଁ କର ବା ମର ପରିସ୍ଥିତି
ସପ୍ତାହକ ଭିତରେ ନ ସୁଧୁରିଲେ ବିପଦ
ବାବୁଙ୍କୁ ମିଳିପାରେ ଲୋକସଭା ଟିକେଟ୍
ଭୁବନେଶ୍ୱର:ବଦଳୁଛି ଯାଜପୁର ଜିଲ୍ଲା ରାଜନୀତି ସମୀକରଣ । କାହାକୁ ଟିକେଟ୍ ଦିଆଯିବ, କିଏ ବଞ୍ଚିତ ହେବେ ସେ ନେଇ ବିଜେଡି ଶୀର୍ଷସ୍ତରରେ କସରତ ଚାଲିଥିବା ବେଳେ ତୃଣମୂଳସ୍ତରରେ ମଧ୍ୟ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋରେଇ, ବଡ଼ଚଣା ନିର୍ବାଚନମଣ୍ଡଳୀ ପ୍ରାର୍ଥୀଙ୍କ ପ୍ରତି ବିପଦ ରହିଛି । କେବଳ ସେତିକି ନୁହେଁ, ଯାଜପୁର ସାଂସଦ ରୀତା ତରାଇ ଆଉ ଥରେ ଲୋକସଭା ପ୍ରାର୍ଥୀ ହେବା ସମ୍ଭାବନା ମଧ୍ୟ କ୍ଷୀଣା
ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଆଭ୍ୟନ୍ତରୀଣ ରାଜନୀତି ସେତିକି ଗୋଳମାଳିଆ ଧରୁଛି । ପତିଆରା ଥାଉ କି ନ ଥାଉ, କର୍ମୀ ସାଙ୍ଗରେ ରୁହନ୍ତୁ ବା ନ ରୁହନ୍ତୁ, ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଲାଗି ଯୁବକମାନଙ୍କ ଭିତରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହେଉଛି । ବୟସ୍କ ଓ ବରିଷ୍ଠ ବି ଏଥିରୁ ବାଦ୍ ନାହାନ୍ତି । ଏ କ୍ଷେତ୍ରରେ ସେମାନେ ପ୍ରାରମ୍ଭିକ ଲବି ବିଜେଡି ପାଇଁ କରୁଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରାରେ ନିର୍ବାଚନ ବୈତରଣୀ ପାର ହେବା ଲାଗି ସମସ୍ତେ ଆଗ୍ରହୀ ।
ଆଜି ଦିନରେ ଯାଜପୁର ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ବିଜେଡି ଦଖଲରେ ଅଛି । ହେଲେ ରାଜନୀତି ପାଣିପାଗକୁ ନିରେଖି ଦେଖିଲେ, ବଡ଼ଚଣା ଓ କୋରେଇରେ ଦଳ ପ୍ରତି ବିପଦ ଘନାଉଛି । ବଡଚଣାରେ ବିଜେଡି କର୍ମୀଙ୍କ ଅସନ୍ତୋଷ ଦେଖି ଏକାଧିକ ପ୍ରାର୍ଥୀ ମୁଣ୍ଡ ଟେକିଲେଣି । ସ୍ଥିତିରୁ ଫାଇଦା ଉଠାଇବା ଲାଗି କଂଗ୍ରେସ ତୟାର । ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ଏବେ ଘମାଘୋଟ ଲଢେଇ ପାଇଁପ୍ରସ୍ତୁତ ଚଳାଇଛନ୍ତି । ବିଜେଡି ଶୀର୍ଷସ୍ତରରୁ ମିଳୁଥିବା ଖବର ଅନୁସାରେ, ଯଦି ଆସନ୍ତା ସପ୍ତାହେ ମଧ୍ୟରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଦଳର କର୍ମୀଙ୍କୁ ମନାଇବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ପ୍ରତି ବିପଦ ସୁନିଶ୍ଚିତ । ଦଳ ତାଙ୍କ ପ୍ରାର୍ଥିତ୍ୱ ସଂପର୍କରେ ଆଉ ଥରେ ବିଚାର କରିପାର । ବରୀରେ ରାଜନୀତି ପାଣିପାଗ ବଦଳିଛି । କର୍ମୀଙ୍କୁ ମନେଇବାରେ ଦେବାଶିଷ ନାୟକ ଆପାତତଃ ସଫଳ ହୋଇଛନ୍ତି । ଅନ୍ୟପକ୍ଷରେ କୋରେଇରେ ବିଧାୟକ ଆକାଶ ଦାସ ନାୟକଙ୍କ ଉପରେ ଖଣ୍ଡା ଝୁଲୁଛି । ନିର୍ବାଚନ ରାଜନୀତିରେ ତାଙ୍କ ପ୍ରାର୍ଥିତ୍ୱ ସଂପର୍କରେ ଏଯାଏ ଠୋସ୍ ଚିତ୍ର ମିଳିପାରୁନାହିଁ । ଅନ୍ୟ ସବୁ ଆସନରେ ବିଧାୟକମାନଙ୍କୁ ଦଳ ଟିକେଟ୍ ଦେବାର ସମ୍ଭାବନା ଉଜ୍ଜଳ ।
ସେହିପରି ଯାଜପୁର ସାଂସଦ ରୀତା ତରାଇ ପାଞ୍ଚ ବର୍ଷ ପରେ ବି ସକ୍ରିୟ ହୋଇପାରିଲେ ନାହିଁ । ନିଜର ପତିଆରା ବଢାଇଲେନି । ଦଳକୁ ସମୃଦ୍ଧ କରିବାରେ ବି ତାଙ୍କର ଯୋଗଦାନ କମ ରହିଲା । ଏଥର ବିଜେଡି ତାଙ୍କୁ ଟିକେଟ୍ ଦେଇନପାରେ । ତାଙ୍କ ସ୍ଥାନରେ ପୂର୍ବତନ ଆରଡିସି ମହେନ୍ଦ୍ର ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ଅଛି । କେବଳ ସେ ନୁହେଁ, ପୂର୍ବତନ ସାଂସଦ ମୋହନ ଜେନା, ସଚିବାଳୟରେ କାର୍ଯ୍ୟରତ ରାଜ୍ୟ ଅର୍ଥ ସେବାର ଜଣେ ପ୍ରଶାସନିକ ଅଧିକାରୀଙ୍କ ନାମ ନେଇ ବି ବିଚାର ଚାଲିଛି ।
ପ୍ରମୁଖ ଖବର
ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍
ଇରାନୀ ଧମକ ପରେ ଟ୍ରକ୍ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ