ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

କେତେ ଉଜାଡ଼ିଛି ‘ୟାସ୍’, ଧର୍ମେନ୍ଦ୍ର ବୁଲି ଦେଖିଲେ

0
  • ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ
  • ଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ
  • ବାତ୍ୟା ବିପନ୍ନଙ୍କୁ ଭେଟି ରିଲିଫ୍ କାର୍ଯ୍ୟ, ବାତ୍ୟା ପରବର୍ତୀ ଥଇଥାନ ନେଇ ଆଲୋଚନା
  • ଚାରିଗୋଛିଆ ଗାଁରେ ଭାଙ୍ଗିଥିବା ନଦୀବନ୍ଧର ମରାମତି ଖୁବଶୀଘ୍ର
  • ଭୂମିହୀନଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର ହେବା ଦରକାର
  • ବାତ୍ୟା ପରେ ଏବେ ବି ଲୋକମାନେ ଲୁଣି ପାଣି ଘେରରେ ଅଛନ୍ତି
  • ଅଧିକ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି

ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ବିଶେଷ ଭାବରେ ସମୁଦ୍ର ତଟବର୍ତୀ ଅଂଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବା ପାଇଁ ଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ନେବା ଜରୁରୀ। ଲଗାତାର ଦ୍ବିତୀୟ ଦିନ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଏମିତି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ସାମୁଦ୍ରିକ ବାତ୍ୟା “ୟାସ୍” ଦ୍ୱାରା ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲା ଶ୍ରୀକୋଣା ପଂଚାୟତର ଚାରିଗୋଛିଆ ଗାଁ, ସାରଥା ପଂଚାୟତର ମୁହାଣ ସମେତ ଆଖପାଖ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଥିଲେ, ବାଲେଶ୍ୱର ଜିଲ୍ଲାର ଚାରିଗୋଛିଆ ଅଂଚଳରେ ସମାନ୍ୟ ଜୁଆର ହେଲେ ଏଠାରେ ଲୁଣି ପାଣି ମାଡ଼ିଯାଏ । ବାତ୍ୟା ପରେ ଏବେ ବି ଲୋକମାନେ ଲୁଣି ପାଣି ଘେରରେ ଅଛନ୍ତି। ଅଧିକାଂଶ ହେନ୍ତାଳ ବୃକ୍ଷ କ୍ଷତିଗ୍ରସ୍ତ ହୋଇଛି। ବୁଢ଼ାବଳଙ୍ଗ କୂଳରେ ଘାଇ ଭାଙ୍ଗିଯିବାରୁ ଲୁଣି ପାଣି ମାଡ଼ିଯାଇ ଅନେକ ଚାଷ ନଷ୍ଟ ହୋଇଯାଇଛି । ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାର ଅଧିକ ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡ଼ିଛି । ଚିଙ୍ଗୁଡ଼ି, ମାଛ ଓ ପନିପରିବା ଚାଷ ଏହି ଅଂଚଳର ଲୋକଙ୍କ ପ୍ରମୁଖ ଜୀବନଜୀବିକା । ବାତ୍ୟା କାରଣରୁ ଅଧିକ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି।

କେନ୍ଦ୍ରମନ୍ତ୍ରୀ କହିଥିଲେ, ଏସବୁର ସିଧା ପ୍ରଭାବ ସ୍ଥାନୀୟ ଅର୍ଥନୀତି ଉପରେ ପଡ଼ିଛି । କିଛି ଅଂଚଳରେ ପିଇବା ପାଣି ସମସ୍ୟା ଦେଖାଯାଇଛି । ସେଠାରେ ଅନେକ ଭୂମିହୀନ ବସବାସ କରୁଛନ୍ତି ଏବଂ ଅନେକ ଲୋକଙ୍କୁ ପଟ୍ଟା ମିଳିଛି କିନ୍ତୁ ଜମି ମିଳିନାହିଁ। ଏହାର ସ୍ଥାୟୀ ପ୍ରତିକାର ହେବା ଆବଶ୍ୟକ। ଚାରିଗୋଛିଆ ଗାଁରେ ଭାଙ୍ଗିଥିବା ନଦୀବନ୍ଧ ବୁଲିବା ପରେ ଖୁବଶୀଘ୍ର ନଦୀବନ୍ଧର ମରାମତି କରାଯିବା ସହ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଅଂଚଳ କିପରି ସ୍ୱାଭାବିକ ହେବ ଏନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାଲେଶ୍ୱର ଅଂଚଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ଥାୟୀ ଭାବେ ଉପକୂଳବର୍ତୀ ଅଂଚଳକୁ କିପରି ଭାବରେ ସୁରକ୍ଷିତ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।ନବିଶେଷ ଭାବରେ ପରିବେଶକୁ ଧ୍ୟାନରେ ରଖି ବିଜ୍ଞାନ ଏବଂ ଟେକ୍ନୋଲୋଜିକୁ ଉପଯୋଗ କରି ଲମ୍ବା ସମୟ ପର୍ଯ୍ୟନ୍ତ ଉପକୂଳ ଅଂଚଳର ଜନବସତି ଏବଂ ଜୀବନଜୀବିକାର ସୁରକ୍ଷା କିପରି ହୋଇପାରିବ ସେ ନେଇ ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଏଥିରେ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳରେ ଏ ଯାଏଁ ବିଜୁଳି ଆସିନାହିଁ । ବାତ୍ୟା ଓ ବନ୍ୟାରେ ନିରନ୍ତର ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ଦରକାର । ଏହାବ୍ୟତୀତ ବାତ୍ୟା ଏବଂ ବନ୍ୟାକୁ ପ୍ରତିକାର ମୂଳକ ପଦକ୍ଷେପ ନେବା ତଥା ଆଶ୍ରୟ ସ୍ଥଳ ଠାରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଜବୁତ୍ କରିବାକୁ ପଡ଼ିବ।

Leave A Reply

Your email address will not be published.