ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଘାତକ ହେଲା ମେ’; ଜୁନ୍‌ ଉପରେ ଆଖି

0
  • ଉଜାଡ଼ିଦେଲା ପରିବାର, ସାରା ଓଡ଼ିଶାକୁ କନ୍ଦେଇଲା
  • ଏପ୍ରିଲ ଅପେକ୍ଷା ମେ’ରେ ରାଜ୍ୟ ଦେଖିଲା କରୋନାର ଭୀଷଣ ଚିତ୍ର
  • ତିନିଗୁଣ ବଢ଼ିଲେ ସଂକ୍ରମିତ, ୬ଗୁଣରୁ ଅଧିକ ବଢ଼ିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ନିଦ ହଜାଇଦେଇଛି କରୋନା। କାହାର ପରିବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେଉଛି ତ ଆଉ କାହାର ପରିବାରର ପରିଚୟକୁ ସବୁଦିନ ପାଇଁ ହଜାଇ ଦେଇଛି। କିଏ ସ୍ବାମୀକୁ ହରାଇଛି, ଆଉ କାହାର ପାଟି ଫିଟିବା ପୂର୍ବରୁ ବାପା’ ମାଆ ଡାକ ସବୁଦିନ ପାଇଁ ହଜିଯାଇଛି। ବୁଢା ବାପା ମାଆଙ୍କ ଆଗରେ ଭେଣ୍ଡିଆ ପୁଅର କୋକେଇ ଉଠୁଛି, ବାହାଘର ଦିନ ସଧବା ମୁଣ୍ଡରୁ ସିନ୍ଦୁର ଲିଭିଛି। କେବଳ ସେତିକି ନୁହେଁ, ଘରର ଏକମାତ୍ର ଉତ୍ତରାଧିକାରୀଙ୍କୁ ବି ଛଡ଼ାଇ ନେଇଛି କାଳ। ଭାରତବର୍ଷର ବିଶିଷ୍ଟ ରାଜନେତା, ଚିକିତ୍ସା ବିଜ୍ଞାନୀଙ୍କ ଠାରୁ ଆରମ୍ଭ କରି ଭାସ୍କର୍ଯ୍ୟଶିଳ୍ପୀ ଏମିତି କେତେ ମୁଣ୍ଡ ଗଡ଼ାଇ ଦେଲାଣି ଏ କରୋନା।

ମେ’ ମାସ ପୂରା ଓଡ଼ିଶା ପାଇଁ କରୋନା ଘାତକ ସାଜିଥିଲା। ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା କେତେ ହେବ, ତାହା ଆକଳନ କରିବା ମୁସ୍କିଲ୍। କିନ୍ତୁ ଡେଥ୍ ଅଡିଟ୍ ପରେ ରାଜ୍ୟ ସରକାର ଯେଉଁ ତଥ୍ୟ ସାମ୍ନାକୁ ଆଣିଛନ୍ତି, ତାହା ଆଖି ଖୋସି ଦେବା ଭଳି। ରାଜ୍ୟରେ ମେ’ ମାସରେ ୭୧୧ ଜଣଙ୍କର ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା କରାଯାଇଛି। ଏପ୍ରିଲ ମାସରେ ଏହି ସଂଖ୍ୟା ୧୧୮ ଥିଲା। ଅର୍ଥାତ୍ ପ୍ରାୟ ୬ଗୁଣରୁ ଅଧିକ ମୃତ୍ୟୁ ମେ’ମାସରେ ହୋଇଛି। ମେ’ ୨୨ ତାରିଖ ଦିନ କରୋନାର ସବୁଠାରୁ ଶୀର୍ଷ ସଂକ୍ରମଣ ଥିଲା। ୧୨ ହଜାର ୮୫୨ ଜଣ ସେଦିନ ସଂକ୍ରମିତ ହୋଇଥିବା ରିପୋର୍ଟ କହିଥିଲା।

ପରିସଂଖ୍ୟାନ ଆହୁରି କହୁଛି, ମେ’ ମାସରେ ୩ଲକ୍ଷ ୨୦ ହଜାର ୮୦୩ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା। ଏପ୍ରିଲ ମାସରେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧ଲକ୍ଷ ୧୩ ହଜାର ୫୯୧। ପାଖାପାଖି ୩ଗୁଣ ସଂକ୍ରମିତଙ୍କ ବଢ଼ିଥିବା ବେଳେ ୬ଗୁଣରୁ ଅଧିକ ହେଲା ମୃତ୍ୟୁ। ଦ୍ବିତୀୟ ପର୍ଯ୍ୟାୟର କରୋନା ମଣିଷ ଜୀବନ ପ୍ରତି ସାଂଘାତିକ ବିପଦ ସୃଷ୍ଟି କରିଛି। ଏବେ ବି ରାଜ୍ୟରେ ପାଖାପାଖି ୯୦ ହଜାର ଲୋକ ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ରଙ୍କ ମତ ହେଲା,ମେ’ ୫ ତାରିଖରେ ଆରମ୍ଭ ହୋଇଥିବା ଲକ୍‌ଡାଉନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ଜୁନ୍ ସେତେଟା ବିପଦପୂର୍ଣ୍ଣ ହେବ ନାହିଁ ବୋଲି ଆଶା କରାଯାଉଛି। କିନ୍ତୁ ଲୋକମାନଙ୍କୁ ଏ ମାସରେ ବି ଅନୁରୂପ ଭାବେ ସତର୍କତା ଅବଲମ୍ବନ କରିବାକୁ ହେବ। ଡାକ୍ତର ନିରଜ ମିଶ୍ରଙ୍କ ମତ ହେଲା, ଜୁନ୍ ୧୫ ତାରିଖ ଆଡକୁ ମୃତ୍ୟୁ ସଂଖ୍ୟା ବି କମିବା ଆରମ୍ବ କରିବ। ତେବେ ସମ୍ପୂର୍ଣ୍ଣ ଟିକାକରଣ ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବାକୁ ହେବ। ଗାଁ ମାନଙ୍କରେ ସଂକ୍ରମଣ ବ୍ୟାପିିଥିବାରୁ ଅନ୍ୟ ରାଜ୍ୟ ଭଳି ହଠାତ୍ ଏଠାରେ ସଂଖ୍ୟା ହ୍ରାସର ସମ୍ଭାବନା କ୍ଷୀଣ।

ଉଲ୍ଲେଖଥାଉକି, ଆଜି ଜୁନ ପ୍ରଥମ ଦିନ ରାଜ୍ୟରେ ୩୭ ଜଣଙ୍କର ମୃତ୍ୟୁ ସଂପର୍କରେ ସରକାର ଘୋଷଣା କରିଛନ୍ତି ଓ ୮ହଜାର ୭୩୫ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଛି। ଗତକାଲି ୬୨ ହଜାର ୨୯୩ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା।

Leave A Reply

Your email address will not be published.