ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଜୁନ୍ ପାଇଁ ଆସିଲା ପାଣିପାଗ ପୂର୍ବାନୁମାନ

0

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଜି କେରଳ ସ୍ପର୍ଶ କରିଛି। କେରଳର ଦକ୍ଷିଣାଞ୍ଚଳରେ ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି।ଦୁଇ ତିନି ମଧ୍ୟରେ ପୂରା କେରଳରେ ମୌସୁମୀ ସକ୍ରିୟ ହୋଇଯିବ। ଏପଟେ ଆଉ ୧୦ରୁ ୧୩ ଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି କୁହାଯାଉଛି। ଓଡ଼ିଶାରେ ପ୍ରାକ୍ ମୌସୁମୀ ସକ୍ରୟ ରହିଛି ଏବଂ ଆସନ୍ତା ଦୁଇ ଦିନ ପାଇଁ କାଳବୈଶାଖୀ ସତର୍କତା ଜାରି ରହିଛି। ଦକ୍ଷିଣ-ପଶ୍ଚିମ ଓଡ଼ିଶା ଅର୍ଥାତ୍ କୋରାପୁଟ, ମାଲନବରଙ୍ଗପୁର ଆଦି ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ। ଓଡ଼ିଶାର ଅନ୍ୟ ଅଞ୍ଚଳରେ ବି ଭଲ ବର୍ଷା ହେବ।

ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ପାଇଁ କ୍ଷେତ୍ର ସୃଷ୍ଟି ହେଉଛି। ୧୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇଯିବ। ପ୍ରତିବର୍ଷ ମୌସୁମୀ ଆସିବା ବେଳେ ଏଭଳି ଏକ ପରିସ୍ଥିିତି ସୃଷ୍ଟି ହୋଇଥାଏ। ଚଳିତଜୁନରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଜଣାଇଦେଇଛି।

ଏଠାରେ ଉଲ୍ଲେଖଥାଉକି, ଏଥର ମୌସୁମୀ ସ୍ବାଭାବିକ ରହିବ ଓ ଠିକ୍ ସମୟରେ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ।

Leave A Reply

Your email address will not be published.