ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଜୁନ୍ ପାଇଁ ଆସିଲା ପାଣିପାଗ ପୂର୍ବାନୁମାନ

0

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଜି କେରଳ ସ୍ପର୍ଶ କରିଛି। କେରଳର ଦକ୍ଷିଣାଞ୍ଚଳରେ ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି।ଦୁଇ ତିନି ମଧ୍ୟରେ ପୂରା କେରଳରେ ମୌସୁମୀ ସକ୍ରିୟ ହୋଇଯିବ। ଏପଟେ ଆଉ ୧୦ରୁ ୧୩ ଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି କୁହାଯାଉଛି। ଓଡ଼ିଶାରେ ପ୍ରାକ୍ ମୌସୁମୀ ସକ୍ରୟ ରହିଛି ଏବଂ ଆସନ୍ତା ଦୁଇ ଦିନ ପାଇଁ କାଳବୈଶାଖୀ ସତର୍କତା ଜାରି ରହିଛି। ଦକ୍ଷିଣ-ପଶ୍ଚିମ ଓଡ଼ିଶା ଅର୍ଥାତ୍ କୋରାପୁଟ, ମାଲନବରଙ୍ଗପୁର ଆଦି ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ। ଓଡ଼ିଶାର ଅନ୍ୟ ଅଞ୍ଚଳରେ ବି ଭଲ ବର୍ଷା ହେବ।

ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ପାଇଁ କ୍ଷେତ୍ର ସୃଷ୍ଟି ହେଉଛି। ୧୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇଯିବ। ପ୍ରତିବର୍ଷ ମୌସୁମୀ ଆସିବା ବେଳେ ଏଭଳି ଏକ ପରିସ୍ଥିିତି ସୃଷ୍ଟି ହୋଇଥାଏ। ଚଳିତଜୁନରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଜଣାଇଦେଇଛି।

ଏଠାରେ ଉଲ୍ଲେଖଥାଉକି, ଏଥର ମୌସୁମୀ ସ୍ବାଭାବିକ ରହିବ ଓ ଠିକ୍ ସମୟରେ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ।

Leave A Reply

Your email address will not be published.