ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ରାଜ୍ୟ ବିଜେପି ଶିବିର ହଲ୍‌ଚଲ୍; କଥା କହୁଛି ଟ୍ବିଟ୍, ଫଟୋ

0

ଭୁବନେଶ୍ବର: ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ନେଇ ବିଜେଡି ଶିବିରରେ ଆଜି ଦିନତମାମ ଚର୍ଚ୍ଚା ଆଲୋଚନା ଜୋରଦାର ଚାଲିଛି। କାହାକୁ ବାଦ୍ ଦିଆଗଲା, କାହିଁକି ବାଦ୍ ଦିଆଗଲା, ପର୍ଯ୍ୟବେକ୍ଷକ ତାଲିକାରେ ଥିବା ମନ୍ତ୍ରୀ ସୁରକ୍ଷିତ ତ? ବିଜେଡି ମୁଖିଆ ଭାବେ ନବୀନ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭାବେ ସେହିମାନଙ୍କୁ ମନ୍ତ୍ରୀ ପଦରୁ ବଞ୍ଚିତ କରିବେନି ତ? ଏମିତି ଅନେକ ପ୍ରଶ୍ନ ଉପରେ ନେତା, ଛାମୁଆ କର୍ମୀ ବିତର୍କରେ ମାତିଛନ୍ତି।

ହେଲେ ବିରୋଧୀ ବିଜେପି ଶିବିର ବି ଆଜି ବେଶ୍ ଚଳଚଞ୍ଚଳ। ବିଜେପିରେ ସେମିତି କିଛି ବଡ଼ ନିଷ୍ପତ୍ତି ନେଇନାହିଁ କିମ୍ବା ରାଜ୍ୟ ବିଜେପିରେ କୌଣସି ନେତାଙ୍କ ପଦୋନ୍ନତି ବା ଅବନତି ହୋଇନାହିଁ। ହେଲେ ନୂଆଦିଲ୍ଲୀର ଗୋଟିଏ ଘଟଣା ରାଜ୍ୟ ରାଜନୀତିରେ ବଡ଼ ସମୀକରଣର ଆଭାସ ଦେଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ଥିଲା ଜନ୍ମଦିନ। ଧର୍ମେନ୍ଦ୍ରଙ୍କୁ ଆଜି ୫୩ବର୍ଷ ହେଲା। କେନ୍ଦ୍ରମନ୍ତ୍ରୀଙ୍କୁ ଆଜି ଟ୍ବିଟ୍, ଫେସବୁକ ଜରିଆରେ ଅନେକ ନେତା, କର୍ମୀ ଶୁଭେଚ୍ଛା ଜଣାଇଛନ୍ତି। ହ୍ବାଟସ୍‌ ଆପ୍, ଟେଲିଫୋନ୍ କରି ମଧ୍ୟ ଅନେକ ଶୁଭେଚ୍ଛା ଜଣାଇଥିବେ। ଏଥିରେ ଅସ୍ବାଭାବିକତା କିଛି ନାହିଁ। ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଯେଉଁ କଥାଟି ଚର୍ଚ୍ଚାକୁ ଆସିଛି ତାହା ହେଲା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ନିଜେ ଅପରାଜିତା ଏକଥା ବି ଟ୍ବିଟ୍କ କରିଛନ୍ତି ଯେ ଅନେକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ସଂପର୍କରେ ତାଙ୍କର କେନ୍ଦ୍ରମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇଛି। ଏକଥା କହିବା ନିଷ୍ପ୍ରୟୋଜନ ଯେ ନିଶ୍ଚିତ ଭାବେ ରାଜ୍ୟ ରାଜନୀତି ପ୍ରସଙ୍ଗ ଏଥିରୁ ବାଦ୍ ପଡିନଥିବ।

ସେପଟେ ପୂର୍ବତନ ସାଂସଦ ତଥା ବୈଜୟନ୍ତ ପଣ୍ଡା, ପୂର୍ବତନ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଆହୁରି ଅନେକ ବରିଷ୍ଠ ନେତା ଟ୍ବିଟ୍ କରି ଧର୍ମେନ୍ଦ୍ରଙ୍କୁ ଜନ୍ନଦିନର ବଧାଇ ଜଣାଇଛନ୍ତି। ହେଲେ ବୈଜୟନ୍ତଙ୍କ ଟ୍ବିଟ୍ କିନ୍ତୁ ଭିନ୍ନ ଭାଷା କହୁଛି। ଏହି ଟ୍ବିଟ୍‌ରେ ଶ୍ରୀ ପଣ୍ଡା ବ୍ୟବହାର କରିଥିବା ଫଟୋ ହିଁ ରାଜନୈତିକ ଚର୍ଚ୍ଚାର କାରଣ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ଜନ୍ମଦିନ ପାଳନ ଶୁଭେଚ୍ଛା ବାର୍ତ୍ତାରୁ ରାଜନୈତିକ ଗନ୍ଧ ବାରୁଛନ୍ତି। ପୂର୍ବରୁ ଯେ ଅପରାଜିତା ଧର୍ମେନ୍ଦ୍ରଙ୍କ ଘରକୁ ଯାଇନଥିଲେ, ଆଜି ଗଲେ, ସେୟା ନୁହେଁ। ନୂଆବର୍ଷ ଅବସରରେ ବି ସେମାନଙ୍କର ଭେଟଘାଟ ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ ଦିଲ୍ଲୀ ଘରେ। ଇତିମଧ୍ୟରେ ରାଜ୍ୟ ରାଜନୀତିରେ କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଯେ ଅପରାଜିତାଙ୍କ ରାସ୍ତା କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଅଲଗା। ବିଶେଷକରି ପରୀ ପ୍ରସଙ୍ଗରେ ସେ ପୂରା ନିରବ ରହିବା, ମାହାଙ୍ଗା ମାମଲାରେ ବିଶେଷ ସକ୍ରିୟ ନ ହେବା, ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଠାରୁ ଆରମ୍ଭ କରି ପିପିଲି ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ- ଅପରାଜିତାଙ୍କ ପ୍ରଚାର ତରିକା ସଙ୍କେତ ଦେଉଥିଲା ଯେ ବୋଧହୁଏ ଉଭୟଙ୍କ ରାସ୍ତା ଅଲଗା ଅଲଗା। ହେଲେ ଆଜି ରାଜ୍ୟ ରାଜନୀତି ସଂପର୍କରେ ଉଭୟଙ୍କର ଅତି ଗମ୍ଭୀର ଆଲୋଚନା ଏଭଳି ଚର୍ଚ୍ଚାରେ ଟିକିଏ ପ୍ରଭାବ ପକାଇଛି। ଅପରାଜିତା ଟ୍ବିଟ୍‌ରେ ଧର୍ମେନ୍ଦ୍ରଙ୍କ ସହିତ ଏକାଧିକ ଫଟୋ ସେୟାର କରି ଏକଥା ଜଣାଇବାକୁ ଚାହିଁଛନ୍ତି ଯେ ସେମାନଙ୍କ ମଧ୍ୟରେ ଦୂରତା ଥିବା କଥା ବିରୋଧୀ ଯେତେ ଚର୍ଚ୍ଚା କଲେ ବି ତାହା ପଛରେ ସତ୍ୟତା କମ୍ ରହିଛି। ଏହା ବିଜେପି ଶିବିରକୁ ସ୍ବାଭାବିକ ଭାବେ ଚଳଚଞ୍ଚଳ କରିବ; ଉଭୟ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ କ୍ୟାମ୍ପକୁ ବି।

,ସେହିଭଳି ବୈଜୟନ୍ତଙ୍କ ଟ୍ବିଟ୍ ବି ନିବିଡ଼ତାର ସଙ୍କେତ ଦେଉଛି। ଏହା କିଛି କମ୍ ଗୁରୁତ୍ବପୂର୍ଣ୍ଣ କଥା ନୁହେଁ। ଆଜି ନୂଆଦିଲ୍ଲୀରେ ପାଞ୍ଚଟି ରାଜ୍ୟ ସଂପର୍କରେ ଯେଉଁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା, ସେଥିରେ ଓଡ଼ିଶାର ଉଭୟ ନେତା ଥିଲେ। ପୂର୍ବରୁ ଡାକ୍ତର ସମ୍ବିତ ପାତ୍ର ଧର୍ମେନ୍ଦ୍ର ମୋ ନେତା ବୋଲି ଟ୍ବିଟ୍ କରି ବିଜେଡିକୁ ଆକ୍ରମଣ କରିସାରିଛନ୍ତି। ଏସବୁକଥାକୁ ନିରେଖି ଦେଖିଲେ ଜଣାପଡୁଛି ଯେ ଓଡ଼ିଶା ବିଜେପି ଏକ ନୂଆ ରାଜନୈତିକ କୌଶଳରେ ଅଛି। କେନ୍ଦ୍ରର ଚାପରେ ହେଉ କିମ୍ବା ରାଜ୍ୟ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ନେତାମାନେ ଅନୁଭବ କଲେଣି ଯେ ସେମାନଙ୍କ ଭିତରେ ଦୂରତା, ବାସ୍ତବରେ ଭୋଟର ଓ ବିଜେପି ଏବଂ କ୍ଷମତା ମଧ୍ୟରେ ଦୂରତା ଯଥେଷ୍ଟ ବଢ଼ାଇ ଦେଇପାରେ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କରୋନା ଜନିତ ଅସୁସ୍ଥ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ସହିତ ବାରମ୍ବାର କଥା ହୋଇ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଇତିମଧ୍ୟରେ ବିଜୟଙ୍କର ଗଣମାଧ୍ୟମରେ କିଛି ବିବୃତିକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସ୍ଥାନରେ ପ୍ରଶଂସା କରିଥିବା ସୂଚନା ମିଳିଛି। ନିୟମିତ ବ୍ୟବଧାନରେ କେନ୍ଦ୍ରମନ୍ତ୍ରୀ ଟେଲିଫୋନ ଯୋଗେ ଶ୍ରୀ ମହାପାତ୍ରଙ୍କ ସହିତ କଥା ହେଉଥିବା ଖବର ଆସୁଛି। ଏହା ମଧ୍ୟ ଏକ ବଡ଼ ସଙ୍କେତ ଦେଉଛି।

ରାଜ୍ୟ ରାଜନୀତିରେ ଏସବୁର କେତେ ପରିମାଣରେ ପ୍ରଭାବ ପଡିବ, ବିଜେପି ଆଗକୁ କେଉଁ ରାସ୍ତାରେ ଯିବ ତାହା ସମୟ କହିବ। କିନ୍ତୁ ରାଜ୍ୟ ବିଜେପି ନେତା, କର୍ମୀଙ୍କୁ ଆଜିର ଘଟଣା ଉତ୍ସାହିତ କରିବ ନିଶ୍ଚୟ। ଜଣେ ବରିଷ୍ଠ ନେତା କହୁ କହୁ ଆଜି ଏକଥା ବି କହିଦେଇଛନ୍ତି ଯେ ସେମାନେ ଏହି ଅପେକ୍ଷାରେ ହିଁ ଅଛନ୍ତି। ଯେବେ ଏହି ସବୁ ନେତା ଏକାଠି ରାସ୍ତାରେ ଚାଲିବେ, ସେହିଦିନ ରାଜ୍ୟ ବିଜେପିରେ ଶକ୍ତି ସଞ୍ଚରଣ ହେବ। ଦଳ କ୍ଷମତାକୁ ଆସିବ।

Leave A Reply

Your email address will not be published.