ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଫୋକସ୍‌ରେ ମହିଳା ଭୋଟର, ବିଶାଳ ଟିମ୍ ଗଢିଲେ ସ୍ନେହାଙ୍ଗିନୀ

0

ଭୁବନେଶ୍ବର: ଜୁନ ୧୪ ତାରିଖରେ ‘ଆର୍‌ଏନ୍‌ଏ’ରେ ଖବର ପ୍ରକାଶ ପାଇଥିଲା ଯେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କୁଆଡେ ଗଲେ? ସଭାନେତ୍ରୀ ଭାବେ ଦାୟିତ୍ବ ନେବାର ୬ମାସ ପରେ କମିଟି ଗଠନ ହୋଇନଥିବା ସଂପର୍କରେ ମୁଖ୍ୟତଃ ଏଥିରେ କୁହାଯାଇଥିଲା। ଏହାର ଠିକ୍ ଦୁଇ ସପ୍ତାହ ପରେ ଆଜି ସ୍ନେହ୍ନାଙ୍ଗିନୀ ନିଜ ଟିମ୍ ଗଠନ କରିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ପରେ ଏ ସଂକ୍ରାନ୍ତରେ ଆଜି ବିଜେଡି ରାଜ୍ୟ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି।

ଏହି ବିଶାଳ ଟିମ୍‌ରେ ୩୦୦ରୁ ଅଧିକ ମହିଳା ନେତ୍ରୀଙ୍କୁ ସାମିଲ କରାଯାଇଛି। ଏଥିରୁ ଅଧିକାଂଶ ନୂଆ ମୁହଁ। ବିଶେଷକରି ଯୁବ ବର୍ଗଙ୍କୁ ଦଳ ସହିତ ଯୋଡି ରଖିବା ଲାଗି ଚେଷ୍ଟା କରାଯାଇଛି। ଆସନ୍ତା ଦିନରେ ନର୍ବାଚନରେ ମହିଳା ଭୋଟକୁ ଦଳ ଫୋକସ କରିବ। ଏଣୁ ପ୍ରତି ଜିଲ୍ଲାରୁ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରି ସବୁ ବିବାଦର ପରିସମାପ୍ତି ଲାଗି ବାଟ କାଢିଛନ୍ତି ଛୁରିଆ। ଗୋଟିଏ ଧାଡିରେ କହିବାକୁ ଗଲେ, ଦଳର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରାୟ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଇଛି।

ନିଜ ଟିମ୍‌ରେ ଡ. ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଉପଦେଷ୍ଟା ଭାବେ ନେଇଛନ୍ତି ସ୍ନେହାଙ୍ଗିନୀ। ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁଭାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ର ମହାସଚିବ ଏବଂ ଜୟଶ୍ରୀ ଦାସଙ୍କୁ କୋଷାଧ୍ୟକ୍ଷ, ମାନସୀ ସୁନ୍ଦରାୟ ସୋସିଆଲ୍ ମିଡ଼ିଆ ସଂଯୋଜକ ଭାବେ କାର୍ଯ୍ୟ କରିବେ।

ସମୁଦାୟ ରାଜ୍ୟକୁ ୭ଟି ଜୋନରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା, ଭୁବନେଶ୍ବର, କଟକ, ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ ଓ କୋରାପୁଟ। ଗଞ୍ଜାମ ଓ କୋରାପୁଟକୁ ବାଦ୍ ଦେଲେ ପ୍ରତି ଜୋନ ଦାୟିତ୍ବରେ ଜଣେ ଲେଖାଏଁ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ସନ୍ଧ୍ୟାରାଣୀ ବିଶ୍ବାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, କନକ ପ୍ରଭା ଲେଙ୍କା, ପ୍ରଭାସିନୀ ନନ୍ଦ, ସଂଯୁକ୍ତା ମହଲା ଓ ଉର୍ମିଲତା ଦାସ ଯଥାକ୍ରମେ ବରିଷ୍ଠ ଉପସଭାପତି ଭାବେ ଅବସ୍ଥାପିତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୨୭ ଜଣ ଉପସଭାପତି, ୩୫ ଜଣ ସାଧାରଣ ସଂପାଦକ, ୩୬ ଜଣ ସଂପାଦକ, ୨୮ ଜଣ ଯୁଗ୍ମ ସଂପାଦକଙ୍କୁ ନିଯୁକ୍ତି ମିଳିଛି। ୩୩ ସାଂଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ନିଯୁକ୍ତି ପାଇଛନ୍ତି। ଢେଙ୍କାନାଳ, ମୟୂରଭଂଜ-୧ ଓ କେନ୍ଦୁଝରରେ ଜଣେ ଲେଖାଏଁ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏହାବ୍ୟତୀତ ୬୯ ଜଣଙ୍କୁ କାର୍ଯ୍ୟକାରୀ ପରିଷଦକୁ ମନୋନୀତ କରାଯାଇଛି।

Leave A Reply

Your email address will not be published.