ପ୍ରମୁଖ ଖବର

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କଲେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍
ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି
ଗିରଫ ହେଲେ କୋଟିପତି ଡିଏଫଓ ନିତ୍ୟାନନ୍ଦ ନାୟକ

ଏବେ ଠୁ ଅଲଗା ରାସ୍ତା ଆମର..

0


ଅମୀର-କିରଣଙ୍କ ଘର ଭାଙ୍ଗିଲା

ମୁମ୍ବାଇ: ୧୫ ବର୍ଷର ସଂପର୍କରେ ପଡିବ ପୂର୍ଣ୍ଣଚ୍ଛେଦ। ଅଲଗା ହେବେ ଆଗଧାଡିର ବଲିଉଡ଼ ଅଭିନେତା ଅମୀର ଖାନ ଓ କିରଣ ରାଓ। ଦୁହେଁ ଏନେଇ ଘୋଷଣା କରିଛନ୍ତି। ୧୫ ବର୍ଷରେ ସାଥୀ ହୋଇ ପୁରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ। ଦୁହିଁଙ୍କର ସଂପର୍କ ବିଶ୍ୱାସ, ସମ୍ମାନ ଏବଂ ଭଲପାଇବା ଦ୍ୱାରା ବଢିଛି । ଏବେ ଏକ ନୁଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ବୋଲି କହିଛନ୍ତି ଉଭୟ ଅମୀର ଓ କିରଣ।

ଦୁହେଁ ଅନେକ ଦିନରୁ ଅଲଗା ହେବାକୁ ନିଷ୍ପତି ନେଇସାରିଥିଲେ । ଏନେଇ ଏବେ ସେମାନେ ଖାଲି ଘୋଷଣା କରୁଥିବା କହିଛନ୍ତି । ଅଲଗା ହେବା ପରେ ବି ପୁଅ ଆଜାଦର ଯତ୍ନ ଏକାଠି ମିଶିକି ନେବେ ବୋଲି କହିଛନ୍ତି। ଏହା ସହ ଫିଲ୍ମ ଏବଂ ଅନ୍ୟ ପ୍ରୋଜେକ୍ଟରେ ମଧ୍ୟ ଏକାଠି କାମ କରିବେ ବୋଲି କହିଛନ୍ତି।

ଫିଲ୍ମ ଲଗନ ସେଟ୍‌ରେ ପ୍ରଥମେ ଅମୀର ଓ କିରଣଙ୍କ ସାକ୍ଷାତ ହୋଇଥିଲା। ଏହା ପରେ ୨୦୦୫ ଡିସେମ୍ବର ୨୮ରେ ଅମୀର ଖାନ ଓ କିରଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସରୋଗେସି ଦ୍ୱାରା ୨୦୧୧ରେ ପୁଅ ଆଜାଦ୍‌ ଜନ୍ମ ନେଇଥିଲା ।

Leave A Reply

Your email address will not be published.