ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ବଦଳିବ ପାଣିପାଗ, ଲଘୁଚାପ ଆଣିକି ଆସୁଛି ବଡ଼ ବର୍ଷା

0

ଭୁବନେଶ୍ବର: ସଂପ୍ରତି ମୌସୁମୀ ଦୁର୍ବଳ ରହିଛି। ବିଭିନ୍ନ ସ୍ଥାନରେ ହେଉଥିବା ପରିଚଳନ ଜନିତ ବର୍ଷା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୧୩ ତାରିଖରୁ ଲଘୁଚାପ ଜନିତ ବର୍ଷା ପାଗରେ ବଡ଼ ଧରଣର ପରିବର୍ତ୍ତନ ଆଣିବ। ପାଣିପାଗ ଚିତ୍ର ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ଓୟୁଏଟି ପୂର୍ବତନ କୁଳପତି ତଥା ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ।

ଡ. ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରରେ ଜୁଲାଇ ୫ରୁ ୯ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ୫ ଓ ୮ରେ ଗଜପତି, ରାୟଗଡା, ମାଲକାନଗିରି, ଗଞ୍ଜାମରେ ମଧ୍ୟମ ଧରଣର ଓ ଅଳ୍ପ କେତେକ ସ୍ଥାନରେ ଭାରି ବର୍ଷା ହୋଇପାରେ। ୬ ଓ ୭ ତାରିଖରେ ଉତ୍ତର ଓଡ଼ିଶାର ସୀମାନ୍ତ ଜିଲ୍ଲାମାନଙ୍କରେ ସ୍ବଳ୍ପ ଓ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଖୋର୍ଧା ଓ କଟକରେ ୫ରୁ ୮ ତାରିଖ ପ୍ରତ୍ୟେକ ଦିନ କିଛି ନା କିଛି ବର୍ଷା ହେବ। ତେବେ ୫ ଓ ୬ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ପାଣିପାଗ ମଡେଲ୍ କହୁଛି, ୧୨ ତାରିଖରେ ବିଶାଖାପାଟଣା ଠାରୁ ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଲଘୁଚାପରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହା କିନ୍ତୁ ଅଧିକ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା କମ୍। ଏହାର ପ୍ରଭାବରେ ୧୩ରୁ ଦୁଇ ବା ତିନି ଦିନ ରାଜ୍ୟରେ ବର୍ଷା ହେବ। ଉତ୍ତର ଓଡ଼ିଶା, ସମ୍ଭବତଃ ଅନୁଗୁଳ, ଢେଙ୍କାନାଳ, ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିନପାରେ। କିନ୍ତୁ ସମସ୍ତ ଦକ୍ଷିଣ ଓଡ଼ିଶା ଏବଂ ଛତିଶଗଡ଼ ସଂଲଗ୍ନ ପଶ୍ଚିମ ଓଡ଼ିଶାରେ ଭାରି ବର୍ଷା ହେବ। ୧୩ରୁ ୧୫ ମଧ୍ୟରେ ସମୁଦାୟ ବର୍ଷା ୧୦୦ ମିମିରୁ ଅଧିକ ହୋଇପାରେ। ଲଘୁଚାପର ପ୍ରକୃତ ପ୍ରଭାବ କେତେ ପରିମାଣରେ ପଡ଼ିବ, ତାହା ୮ ତାରିଖ ବେଳକୁ ଜଣାପଡିବ। ବର୍ତ୍ତମାନ ଯାହା ଜଣାପଡୁଛି, ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଅଧିକ ବର୍ଷା ହୋଇପାରେ। ଜୁଲାଇ ୧୦ରୁ ପଶ୍ଚିମା ପରିବର୍ତ୍ତେ ପୂର୍ବା ପବନ ବହିବ। ଏଣୁ ୧୦ରୁ ଲଘୁଚାପ ବର୍ଷା ହେବା ପର୍ଯ୍ୟନ୍ତ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ବଢ଼ିବା ସହିତ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ।

Leave A Reply

Your email address will not be published.