ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କିଏ ହେବେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ସୂଚନା କମିସନର

0
  • ଅଗଷ୍ଟ ୧୫ରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛି
  • ଜୁଲାଇ ୩୧ ତାରିଖ ସୁଦ୍ଧା କରିବାକୁ ହେବ ଆବେଦନ, ଡିସିଙ୍କ ଅଧ୍ୟକ୍ଷତାରେ କମିଟି
  • ପୁଲିସ ଡିଜି ଅଭୟ, ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନ ପଦବି ପାଇଁ ମୁଣ୍ଡ ଖୋଜା ଆରମ୍ଭ ହୋଇଛି। ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଦରଖାସ୍ତ ଆହ୍ବାନ କରିଛନ୍ତି। ଆସନ୍ତା ଅଗଷ୍ଟ ୧୫ ତାରିଖରେ ରାଜ୍ୟ ମୁଖ୍ୟ ସୂଚନା କମିସନ ସୁନୀଲ ମିଶ୍ର ଅବସର ନେଉଥିବା ପରିପ୍ରେକ୍ଷୀରେ ଏହାର ଦେଢ଼ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସରକାର କହିଛନ୍ତି, ଆଇନ, ବିଜ୍ଞାନ, ବୈଷୟିକ, ସାମାଜିକ ସେବା, ମ୍ୟାନେଜମେଣ୍ଟ, ସାମ୍ବାଦିକତା, ପ୍ରଶାସନରୁ ଯେ କେହି ଏଥିଲାଗି ଆବେଦନ କରିପାରିବେ। ତେବେ ସଂପୃକ୍ତ ଅଧିକାରୀଙ୍କର ବୟସ ୬୫ବର୍ଷ ଅତିକ୍ରମ କରିନଥିବ। ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରେ ଏହି ପଦବି ଲାଗି ଦରଖାସ୍ତ ଆହ୍ବାନ କରାଯାଇଛି। କେବଳ ସେତିକି ନୁହେଁ, ସରକାର ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଏଥିରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସଦସ୍ୟ ଅଛନ୍ତି। ଏହି କମିଟି ସମସ୍ତ ଦରଖାସ୍ତକୁ ବିଚାରକୁ ନେଇ ତିନିଟି ନାମ ସୁପାରିସ କରିବେ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଏହି ପଦବି ଲାଗି ରାଜ୍ୟ ପ୍ରଶାସନର ଶୀର୍ଷ ସ୍ଥାନରେ ଥିବା ଦୁଇ ଆଇପିଏସ୍‌ଙ୍କ ନାମକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଦୁଇ ବରିଷ୍ଠ ଅଧିକାରୀ ହେଲେ ଡିଜି ଅଭୟ ଏବଂ ଅଗ୍ନିଶମ ଡିଜି ଏମ୍‌ ଅକ୍ଷୟ।ଉଭୟ ଯଥାକ୍ରମେ ଡିସେମ୍ବର ଓ ନଭେମ୍ବର ମାସରେ ଅବସର ଗ୍ରହଣ କରୁଥିବାରୁ ସେମାନଙ୍କ ମଧ୍ୟରୁ ଜଣକୁ ଏହି ପଦବିରେ ଅବସ୍ଥାପିତ କରାଯାଇପାରେ। କାରଣ ପୂର୍ବରୁ ଆଇଏଏସ୍ ଅଫିସର ରହିସାରିଛନ୍ତି। ଆଇଆର୍‌ଏସ୍ ଅଫିସର ଭାବେ ଶ୍ରୀ ମିଶ୍ର ଏବେ ଏହି ପଦରେ ଅଛନ୍ତି। ଅଭୟଙ୍କ କାର୍ଯ୍ୟକାଳ ଯଦିଓ ଜୁନ୍ ୩୦ ତାରିଖରେ ଶେଷ ହେଉଥିଲା, ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ଆଉ ୬ମାସ ବଢାଇଛନ୍ତି। ଏଣୁ ଡିଜି ଯଦି ରାଜି ହୁଅନ୍ତି, ତେବେ ତାଙ୍କୁ ଏହି ପଦବିରେ ନିଯୁକ୍ତି ଦିଆଯାଇପାରେ।

ଏଠାରେ ସ୍ମରଣଯୋଗ୍ୟ, ଏହା ପୂର୍ବରୁ ଖାଲିଥିବା ଗୋଟିଏ ସୂଚନା କମିସନ ପଦବି ଲାଗି ମଧ୍ୟ ବିଜ୍ଞାପନ ଆହ୍ବାନ କରାଯାଇଥିଲା। ଏଥିପାଇଁ ଅନେକ ବ୍ୟକ୍ତି ଆବେଦନ କରିଛନ୍ତି। ରାଜ୍ୟ ସରକାର କିନ୍ତୁ ଏଯାଏ ଏହି ପଦବିରେ କାହାକୁ ନିଯୁକ୍ତି ଦେଇନାହାନ୍ତି। ସଂପ୍ରତି ଶ୍ରୀ ମିଶ୍ରଙ୍କୁ ବାଦ୍ ଦେଲେ ୪ଜଣ ସୂଚନା କମିସନ ଅଛନ୍ତି। ସେମାନେ ହେଲେ ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି, ଦିଲ୍ଲୀପ କୁମାର ବିଶୋଇ ଓ ସଂଜୟ କୁମାର ସ୍ବାଇଁ।

Leave A Reply

Your email address will not be published.