ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

୨୦୨୨ ସୁଦ୍ଧା ପୁରୀରୁ ଉଡିବ ବିମାନ

0

ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ୨୦୨୨-୨୩ରୁ ପୁରୀରେ ବିମାନ ଉଡିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ପୁରୀରୁ ବିମାନ ଉଡିବା ଉଜ୍ୱଳ। ୨୦୨୨ ସୁଦ୍ଧା ବିମାନବନ୍ଦର କାମ ସରିବ।

ମନ୍ତ୍ରୀ କହିଛନ୍ତି, କରୋନା ସ୍ଥିତି ପାଇଁ ବିମାନ ଉଡାଣ ପ୍ରଭାବିତ ହେଉଛି। ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକିୟା ଆରମ୍ଭ ହୋଇସାରିଛି ।ସବୁ ଅବିଭକ୍ତ ଜିଲ୍ଲାରେ ଥିବା ଏୟାରଷ୍ଟ୍ରିପ୍‌ର ଉନ୍ନତି ପାଇଁ ଆଲୋଚନା ହୋଇଛି। ରାଉରକେଲା, ଉତ୍କେଲା, ଜୟପୁରରୁ ଉଡାଣ ପାଇଁ ସରକାର ସହଯୋଗ କରୁୁଛନ୍ତି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

ପୁରୀରେ ଏୟାରପୋର୍ଟ ନିର୍ମାଣ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇଥିଲା। ଏହା ପରେ କିଛି ଦିନ ତଳେ ଏୟାରପୋର୍ଟ ଅଫ ଇଣ୍ଡିଆ ଅଥିରିଟି ଟିମ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଟିମ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଥିଲେ। ହେଲେ ଗିରଳ ଜମି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କର ମନକୁ ଯାଇଛି। ସେହିଠାରେ ବିମାନ ବନ୍ଦର ହେବା ଆପାତତଃ ସ୍ପଷ୍ଟ।

Leave A Reply

Your email address will not be published.