ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

୨୦୨୨ ସୁଦ୍ଧା ପୁରୀରୁ ଉଡିବ ବିମାନ

0

ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ୨୦୨୨-୨୩ରୁ ପୁରୀରେ ବିମାନ ଉଡିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ପୁରୀରୁ ବିମାନ ଉଡିବା ଉଜ୍ୱଳ। ୨୦୨୨ ସୁଦ୍ଧା ବିମାନବନ୍ଦର କାମ ସରିବ।

ମନ୍ତ୍ରୀ କହିଛନ୍ତି, କରୋନା ସ୍ଥିତି ପାଇଁ ବିମାନ ଉଡାଣ ପ୍ରଭାବିତ ହେଉଛି। ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକିୟା ଆରମ୍ଭ ହୋଇସାରିଛି ।ସବୁ ଅବିଭକ୍ତ ଜିଲ୍ଲାରେ ଥିବା ଏୟାରଷ୍ଟ୍ରିପ୍‌ର ଉନ୍ନତି ପାଇଁ ଆଲୋଚନା ହୋଇଛି। ରାଉରକେଲା, ଉତ୍କେଲା, ଜୟପୁରରୁ ଉଡାଣ ପାଇଁ ସରକାର ସହଯୋଗ କରୁୁଛନ୍ତି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

ପୁରୀରେ ଏୟାରପୋର୍ଟ ନିର୍ମାଣ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇଥିଲା। ଏହା ପରେ କିଛି ଦିନ ତଳେ ଏୟାରପୋର୍ଟ ଅଫ ଇଣ୍ଡିଆ ଅଥିରିଟି ଟିମ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଟିମ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଥିଲେ। ହେଲେ ଗିରଳ ଜମି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କର ମନକୁ ଯାଇଛି। ସେହିଠାରେ ବିମାନ ବନ୍ଦର ହେବା ଆପାତତଃ ସ୍ପଷ୍ଟ।

Leave A Reply

Your email address will not be published.