ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସର୍ବାଧିକ ସଂକ୍ରମିତ ତାଲିକାରେ ଓଡିଶାର ୧୧ ଜିଲ୍ଲା

0

ଦେଶରେ ୯୧ ଜିଲ୍ଲାରୁ ଓଡିଶାର ୧୧ ଜିଲ୍ଳାରେ ଅଧିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଦେଉଛି । ୯ ଦିନ ହେବ ଦେଶରେ ସଂକ୍ରମଣ କମରହିଛି । ଦୈନିକ ସଂକ୍ରମଣ ୫୦ ହଜାରରୁ କମ ରହୁଛି । ହେଲେ ଚିନ୍ତାର ବିଷୟ ହେଉଛି ଦେଶରେ ୯୧ ଜିଲ୍ଲାରେ ଏବେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିଁ । ୯୧ ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦୦ ଉପରେ ରହୁଛି । ଆଉ ସେଥିମଧ୍ୟରୁ ଓଡିଶାର ୧୧ ଜିଲ୍ଲା ରହିଛି । ମହରାଷ୍ଟ୍ର ଓ ତାମିଲନାଡୁରେ ସର୍ବାଧିକ ୧୫ ଲେଖାଁଏ ଜିଲ୍ଲାରେ ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୮୦ ପ୍ରତିଶତ କରୋନା ମାମଲା ଦେଶର ୯୦ ଟି ଜିଲ୍ଲାରୁ ଆସୁଛି । ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଓଡିଶା, ଆନ୍ଧ୍ର, ଆସାମ,କର୍ଣ୍ଣାଟକର କିଛି ଜିଲ୍ଲାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ କିଛି ଜିଲ୍ଲାରେ ପଜିଟିଭ ହାର ୧୦% ପ୍ରତିଶତ ଉପରେ ରହୁଛି । ସେହିପରି ଅରୁଣାଚଳ, ରାଜସ୍ଥାନ, ମଣିପୁର,କେରଳ,ମେଘାଳୟ,ତ୍ରିପୁରା, ସିକିମ, ଓଡିଶା, ନାଗାଲାଣ୍ଡରେ ସଂକ୍ରମଣ ହାର ଅଧିକ ରହୁଛି । ବର୍ତମାନ ସୁଦ୍ଧା ଦେଶର କିଛି ଜିଲ୍ଲାରେ ଏବେ ବି ଦ୍ୱିତୀୟ ଲହର ପ୍ରଭାବ ରହିଛି । ଦେଶରେ ସଂକ୍ରମଣ କମି ଏବେ ଆକ୍ଟିଭ କେସ ୫ ଲକ୍ଷରେ ପହଚିଂଥିବା ବେଳେ ଦେଶର କିଛି ରାଜ୍ୟ ସଂକ୍ରମଣ ଉପରମୁହାଁ ରହିଛି ।

ଓଡିଶାର ଅଧିକ ସଂକ୍ରମିତ ହେଉଥିବା ଜିଲ୍ଲାରେ କାହିଁକି ସଂକ୍ରମଣ କମୁନି ତାର ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଆସିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅଧିକ ସଂକ୍ରମିତ ଜିଲ୍ଲା ପରିଦର୍ଶନ କରି ସ୍ଥିତି ଦେଖୁଛନ୍ତି କେନ୍ଦ୍ରୀୟ ଟିମ । ସ୍ଥିତି ଅନୁଧ୍ୟାନ ପରେ କେନ୍ଦ୍ରକୁ ରିପୋର୍ଟ ଦେବ ଟିମ ।

Leave A Reply

Your email address will not be published.