ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ପାଟକୁରାକୁ ଝଟ୍‍କା:ବିଜୟଙ୍କ ସମର୍ଥକ ନିରାଶ

0

ଭୁବନେଶ୍ୱର: ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ପରଲୋକ ପରେ ସେଠାରେ ନିର୍ବାଚନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଯେ କୌଣସି ମୁହୂର୍ତରେ ନିର୍ବାଚନ କମିସନ ଏଠାରେ ମତଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିପାରନ୍ତି । ଏଥିସହିତ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଭାଗ୍ୟ ପୁଣି ଛନ୍ଦି ହୋଇଯାଇଛି । ଗତ ୧୯ ବର୍ଷ ଧରି ବିଧାନସଭା ଠାରୁ ଦୂରେଇ ରହିଥିବା ବିଜୟ ଏଥର ବିଧାନସଭାକୁ ନିର୍ବାଚିତ ହେବେ ବୋଲି ଆଶା ସୃଷ୍ଟି ହୋଇଥିଲା । ହେଲେ ଏହା ପାଣି ଫୋଟକା ଭଳି ମିଳାଇ ଯାଇଛି । ବିଜୟଙ୍କ ସମର୍ଥକମାନେ ନିରାଶ ହୋଇପଡିଛନ୍ତି ।

ରାଜ୍ୟ ରାଜନୀତିରେ ଏଥର ବିଜୟଙ୍କୁ ନେଇ ପୁଣି ହଟଚମଟ ସୃଷ୍ଟି ହୋଇଥିଲା । ବିଜୟ ବିଧାନସଭାକୁ ଫେରିବାକୁ ବୁଦ୍ଧିଜୀବୀ ମହଲ ଆଶା ବ୍ୟକ୍ତ କରିଥିଲେ । ଏଣୁ ପାଟକୁରା ଆସନରେ ବିଧାନସଭା ପ୍ରଚାର ବି ଘମାଘୋଟ ଜାରି ରହିଥିଲା । ବେଦୁ ବାବୁଙ୍କ ପାଇଁ ତାଙ୍କ ପତ୍ନୀ ଓ ପୁଅ ନିର୍ବାଚନର ମଙ୍ଗ ଧରିଥିବା ବେଳେ ବିଜୟଙ୍କ ପାଇଁ ବିଜେପି ନେତାମାନେ ପ୍ରଚାର ଚଳାଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ନିଜେ ଯାଇ ପାଟକୁରାରେ ପ୍ରଚାର କରିଥିଲେ । ଆସନ୍ତା ୨୩ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କର କେନ୍ଦ୍ରାପଡା କାର୍ଯ୍ୟକ୍ରମ ରହିଛି । ଏବେ କିନ୍ତୁ ଉଭୟ ବିଜେପି ଶିବିରରେ ନିରାଶା ଖେଳିଯାଇଛି । ବିଜୟଙ୍କ ସମର୍ଥକମାନେ ତଟସ୍ଥ ହୋଇଯାଇଛନ୍ତି ।

Leave A Reply

Your email address will not be published.