ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ମନ୍ତ୍ରୀ ହେବା ପାଇଁ ବୟସ ଗୋଟିଏ ମାପକାଠି କି? ମୋଦୀଙ୍କ ଭାଷା ପଢନ୍ତୁ

0

ନୂଆଦିଲ୍ଲୀ: କେବଳ ବରିଷ୍ଠ ନେତା କଣ ମନ୍ତ୍ରୀ ହେବାକୁ ଯୋଗ୍ୟ? ଏକାଧିକ ଥର ଜିତିଥିଲେ ଯାଇ ଜଣେ ମନ୍ତ୍ରୀ ହୋଇପାରିବ? ନବାଗତଙ୍କ ପାଇଁ କଣ ମନ୍ତ୍ରୀ ପଦ ମନା? ବୟସ ଗୋଟିଏ ମାପକାଠି କି?

ରାଜ୍ୟ ହେଉ କି କେନ୍ଦ୍ର, ଯେବେ ମନ୍ତ୍ରିମଣ୍ଡଳ ଗଠନ ହୁଏ, ସେବେ ଏଭଳି କିଛି ପ୍ରଶ୍ନ ନେତାଙ୍କ ମନରେ ସୃଷ୍ଟି ହୁଏ ଓ ପୁଣି ପରେ ମିଳାଇଯାଏ। କିଛି କ୍ଷେତ୍ରରେ ସରକାର ବିରୋଧରେ ଅସନ୍ତୋଷର ମଞ୍ଜି ଏମିତି ହିଁ ବୁଣିଦିଆଯାଏ, ଯାହା ପରବର୍ତ୍ତୀ ସମୟରେ ଗଛ ଉଠି ବିଶାଳ ସମସ୍ୟାରେ ସରକାରକୁ ଛନ୍ଦି ଦିଅନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିନ୍ତୁ ଏହି ଧାରା ଭାଙ୍ଗି ଦେଇଛନ୍ତି। ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ କଥା ଦେଖାଯାଉଛି ଯେ ୪୦ ବର୍ଷରୁ କମ୍ ବୟସ୍କ ୨ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଆଉ ୬୦ ବର୍ଷରୁ କମ୍ ବୟସ୍କ ନେତାଙ୍କ ସଂଖ୍ୟା ଏବେ ଦୁଇଗୁଣା ହୋଇଯାଇଛି।  ଏମିତି ଯେ ୫୦ବର୍ଷରୁ କମ୍ ୧୪ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ପୂର୍ବରୁ ଏହି ସଂଖ୍ୟା ୬ ଥିଲା।  ସମୁଦାୟ ୩୬ ଜଣ ମନ୍ତ୍ରୀ ଏବେ ମୋଦୀଙ୍କ ସହିତ ସାମିଲ ହେଲେ, ଯେଉଁମାନଙ୍କ ବୟସ ୬୦ ଛୁଇଁନାହିଁ।

ମୋଦୀଙ୍କର ଏଭଳି ରଣକୌଶଳ ଯୁବ ବର୍ଗକୁ ଆକର୍ଷିତ କରିବା ଲାଗି ଉଦ୍ଦିଷ୍ଟ। ବିଦାୟୀ ମନ୍ତ୍ରୀ ପରିଷଦର ହାରାହାରି ବୟସ ୬୧ ବର୍ଷ ହୋଇଥିଲା ବେଳେ ଚଳିତ ମନ୍ତ୍ରୀ ପରିଷଦର ହାରାହାରି ବୟସ ୫୮କୁ ଖସିଆସିଛି।

ସାତଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର, ହିମାଚଳ ପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ବିଧାନସଭା ହେବ। ଆସନ୍ତାବର୍ଷ ହେବାକୁ ଥିବା ଏହି ବିଧାନସଭା ନିର୍ବାଚନକୁ  ନଜରରେ ରଖି ଏହି କାର୍ଯ୍ୟ କରାଯାଇଛି।  ହର୍ଷ ଭରଦାନଙ୍କ ଠାରୁ ଆରମ୍ଭ କରି ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ଡି ଭି ସଦାନନ୍ଦ ଗୌଡ, ଥାଓ୍ବରଚାନ୍ଦ ଗେହଲଟ, ସନ୍ତୋଷ ଗଙ୍ଗଵାର,ଏସ୍ ଏସ୍ ଧୋତ୍ରେ, ରତନ ଲାଲ କଟାରିଆ ପ୍ରମୁଖ ୬୦ବର୍ଷରୁ ଅଧିକ ବୟସ୍କ ନେତା।  ସେହିଭଳି ଅନୁରାଗ ଠାକୁର, ଜି କିଷାନ ରେଡ୍ଡି, କିରେନ୍ ରିଜିଜୁ, ମାନସୁଖ ମାଣ୍ଡଭିଆ ହେଉଛନ୍ତି କମ୍ ବୟସ୍କ ନେତା, ଯାହା ଉପରେ ମୋଦୀ ଭରସା ରଖିଛନ୍ତି।

Leave A Reply

Your email address will not be published.