ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଘର ଘର ବୁଲି ପଢାଯିବ ପାଠ

0

ମୋବାଇଲ ନଥିଲେ ବି ପିଲା ପଢିବେ ପାଠ

ଭୁବନେଶ୍ବର: ଉପାନ୍ତ ଅଂଚଳରେ ଘରକୁ ଘର ବୁଲି ପଢାଯିବ ପାଠ । ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା କରିଛି। ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକ। ଇଣ୍ଟର୍ନସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ସିବିଟି ମାଧ୍ୟମରେ ୧୦ ହଜାର ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ୧୦ ହଜାର ଗାଁରେ ଜଣେ ଲେଖାଏଁ ଛାତ୍ର ୧୦ ଜଣ ପିଲାଙ୍କୁ ପାଠ ପଢାଇବେ। ଟିଚର୍ ଏଡୁକେଟର୍ ସେମାନଙ୍କୁ ଗାଇଡ୍ କରିବେ । ଆଉ ବାକି ପିଲାଙ୍କ ପାଇଁ କଣ ବ୍ୟବସ୍ଥା କରାଯିବ ସେନେଇ ସମୀକ୍ଷା ଚାଲିଛି । ଏହା ବାଦ୍ ମଧୂ ଆପ୍, ୟୁଟ୍ୟବ୍, ରେଡିଓ ଦ୍ଵାରା ମଧ୍ୟ ପାଠ ପଢ଼ାଯାଉଛି।

ଏହା ଛଡ଼ା ରାଜ୍ୟରେ ଖାଲି ଥିବା ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ପଦବି ପୁରଣ ହେବ। ୪୫୫୮ ପଦବି ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଥି ପାଇଁ ଓଏସଏସଟିଇଟି ପରୀକ୍ଷା ହେବାକୁ ଯାଉଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ସେହିପରି ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ଜୁଲାଇ ୩୧ ମଧ୍ୟରେ ପ୍ରକାଶ କରିବା ପାଇଁ ଆଶାବାଦୀ । ପରିଷଦ ମଧ୍ୟ ସେଥିପାଇଁ କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave A Reply

Your email address will not be published.