ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

0

ଭୁବନେଶ୍ବର: ମହାମାରୀ ସମୟରେ କେହି ରହିବେନି ଭୋକିଲା । ଦୂର ହେବ ପେଟ ଚିନ୍ତା । କରୋନା କାଳରେ ଆର୍ଥିକ ସ୍ଥିତି ସୁଦୃଢ କରିବେ ସରକାର । ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ୩୫୨ କୋଟିର ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ ହୋଇଛି।\

ମନରେଗାରେ ଶ୍ରମିକଙ୍କ ପାଇଁ ଏପ୍ରିଲ, ମେ ଓ ଜୁନ ମାସ ପାଇଁ ସହାୟତା ଘୋଷଣା କରାଯାଇଛି । ପ୍ରତି ଶ୍ରମ ଦିବସ ପାଇଁ ପ୍ରତି ହିତାଧିକାରୀଙ୍କୁ ଅତିରିକ୍ତ ୫୦ ଟଙ୍କା ସହାୟତା ମିଳିବ । ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ। ୭ ଦିନ ମଧ୍ୟରେ ସମସ୍ତେ ଅର୍ଥ ପାଇବେ। ଏଥିରେ ୩୨ ଲକ୍ଷ ଅଧିକ ଶ୍ରମିକ ଉପକୃତ ହେବେ । କରୋନା ବେଳେ ମନରେଗା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ରାଜ୍ୟରେ ମନରେଗା ଯୋଜନାର ଅଗ୍ରଗତିରେ ଉଲ୍ଲେ୍ଖନୀୟ ବୃଦ୍ଧି ହୋଇଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.