ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ଉଠିବ ଓଡିଶା ଦାବି

0

ବିଧାନ ପରିଷଦ ବିଲ୍, ମହିଳା ସଂରକ୍ଷଣ ଓ ଅନୂସୂଚିତ ଜନଜାତି ତାଲିକା ଦାବି କରିବ ଓଡ଼ିଶା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସର୍ବଦଳୀୟ ବୈଠକରେ ୩୩ ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ସରକାର ଏକ ସୁସ୍ଥ ଏବଂ ଫଳପ୍ରଦ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

ସର୍ବଦଳୀୟ ବୈଠକରେ ଓଡିଶାର ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗ ଉଠାଇଛି ବିଜୁ ଜନତା ଦଳ। ବିଜେଡି ୩ଟି ମୁଖ୍ୟ ପ୍ରସଙ୍ଗ ଦୋହରାଇଛି । ବିଧାନପରିଷଦ ବିଲ ଆଣିବାକୁ ଦାବି କରିଛି ଦଳ। ଏଥିସହ ମହିଳା ସଂରକ୍ଷଣ ବିଲ, ଅନୁସୂଚିତ ଜନଜାତି ତାଲିକା ପ୍ରସ୍ତୁତ କରିବାକୁ ବିଜେଡି ଦାବି କରିଛି। ସର୍ବଦଳୀୟ ବୈଠକ ପରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ବଳକା ଚାଉଳ କେନ୍ଦ୍ର ନେଉ, ସବସିଡି ଟଙ୍କା ଓଡିଶାକୁ ମିଳୁ। ତୈଳ ଓ ରନ୍ଧନ ଗ୍ୟାସ ସେସ୍ରୁ ରାଜ୍ୟକୁ କିଛି ଭାଗ କୋଭିଡ ପାଇଁ ମିଳୁ ବୋଳି ବିଜେଡି ଦାବି କରିଛି।

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ସମସ୍ତ ପ୍ରସଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ସମସ୍ୟା ସଂସଦରେ ଉପସ୍ଥାପନ କରିବି। ବିପକ୍ଷ ଦଳର ସମସ୍ତ ପ୍ରସଙ୍ଗକୁ ଜବାବ ଦେବାକୁ ବିଜେପି ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ।

ଆଗାମୀ ଅଧିବେଶନ ବେଶ ସରଗରମ୍ ହେବା ସମ୍ଭାବନା ରହିଛି । ଦେଶର ପେଟ୍ରୋଲ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି । କୋଭିଡ଼ ଦ୍ୱିତୀୟ ଲହରର ମୁକାବିଲାରେ ମୋଦୀ ସରକାର ଫେଲ ମାରିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଦେଶରେ ଟିକାକରଣ କଇଁଛ ଗତିରେ ଚାଲିଛି। ଏସବୁ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇ ରହିଛନ୍ତି । ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୧୫ ପର୍ୟ୍ୟନ୍ତ ଚାଲିବ ଏହି ଅଧିବେଶନ । ଏଥିରେ ୧୯ଟି କାର୍ଯ୍ୟଦିବସ ରହିଛି ।

Leave A Reply

Your email address will not be published.