ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଜୟ-ବୈଜୟନ୍ତ ଏକାଠି ବସିଥିଲେ , କଣ ଚର୍ଚ୍ଚା କଲେ?

0

ଭୁବନେଶ୍ବର: ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ପଶ୍ଚିମ ଓଡ଼ିଶାକୁ ଯେଭଳି ଗୁରୁତ୍ବ ମିଳିବା କଥା ମିଳିଲା ନାହିଁ। କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୁନ୍ଦରଗଡ ସବୁ ଲୋକସଭା ଆସନରୁ ଦଳ ଜିତିଥିଲେ ବି ପ୍ରଧାନମନ୍ତ୍ରୀ କାହାକୁ ଜଣକୁ ବି ମନ୍ତ୍ରିମଣ୍ଡଳକୁ ନେଲେ ନାହିଁ। ଏପଟେ ବିଜେଡିକୁ ଚମକାଇବା ଲାଗି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବି କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ନିଆଗଲା ନାହିଁ। ଜାତୀୟ ରାଜନୀତିରେ ସବୁଠାରୁ ଅଧିକ ଚର୍ଚ୍ଚା ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନେଇ ହେଉଥିଲା। ତାଙ୍କୁ ମନ୍ତ୍ରୀ ପଦ ମିଳିବ ଓ ରାଜ୍ୟସଭାକୁ ନିର୍ବାଚିତ କରି କେନ୍ଦ୍ର ସରକାର ନେବେ ବୋଲି ବି ଜାତୀୟ ଗଣମାଧ୍ୟମରେ ତୁହାକୁ ତୁହା ପ୍ରଚାର ହେଉଥିଲା।

ଏସବୁ ମଧ୍ୟରୁ କିଛି ବି ହେଲା ନାହିଁ। ଏହା ଏବେ ଓଡ଼ିଶା ବିଜେପି ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଠିକ୍ ଏମିତି ସମୟରେ ଗୋଟିଏ ବଡ଼ ଚାଞ୍ଚଲ୍ୟକର ଖବର ମିଳିଛି। ବିଜେପି ନେତା ବିଜୟ ମହାପାତ୍ର ଓ ବୈଜୟନ୍ତ ଗୋଟିଏ ରୁଦ୍ଧଦ୍ବାର ଆଲୋଚନା କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଏହି ନିଭୃତ ଆଲୋଚନା ହୋଇଛି। ଏକଥା ଜଣାପଡିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ବୈଜୟନ୍ତଙ୍କୁ ମନ୍ତ୍ରୀ ପଦ ମିଳିନଥିବା କାରଣରୁ ସେ ସାମାନ୍ୟ ଅସୁଖୀ ଅଛନ୍ତି। ଏପଟେ ବିଜେପିରେ ବିଜୟ ସକ୍ରିୟ ନାହାନ୍ତି। ଏଣୁ ଉଭୟଙ୍କର ବୈଠକ ଏକ ନୂଆ ସମୀକରଣ ସଂପର୍କରେ ସୂଚନା ଦେଉଛି।

କେବଳ ସେତିକି ନୁହେଁ, ଉଭୟଙ୍କ ରଣନୀତି ବିଜେପି ନା ବିଜେଡି ପାଇଁ ଥିଲା, ସର୍ବୋପରି ଏହା କେନ୍ଦ୍ରାପଡା ପାଇଁ କେବଳ ଉଦ୍ଦିଷ୍ଟ ନା ରାଜ୍ୟ ରାଜନୀତିରେ ଆଉ ଗୋଟିଏ ରାସ୍ତା ଖୋଲିବା ଲାଗି ଉଭୟ ଏକାଠି ହୋଇଥିଲେ, ତାହାକୁ ନେଇ ବି କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। କିନ୍ତୁ ଆଜି ଦିନତମାମ ଏହି ଚର୍ଚ୍ଚା କ୍ଷମତା କରିଡରରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆଲୋଚନା ସଂପର୍କରେ ବିଜୟ ଉଁ କି ଚୁଁ କହିବାକୁ ପ୍ରସ୍ତୁତ ନାହାନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ରଥଯାତ୍ରା ପରେ କିଛି ଗୋଟିଏ ନୂଆ କଥା ପାଇଁ ଏହି ଆଲୋଚନା ହୋଇଛି।

ଗୋଟିଏ ସୂତ୍ରରୁ ସୂଚନା ମିଳୁଛି ଯେ କେନ୍ଦ୍ରାପଡାରେ ନିର୍ବାଚନ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ଅଟକାଇବା ଲାଗି ବିଜେଡି ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କୁ ଗୋଟି କରିଥିଲା। ଅନୁଭବ ଭଲ ଭୋଟରେ ଜିତିଥିଲେ ଓ ବୈଜୟନ୍ତଙ୍କୁ ମୁକାବିଲା ଲାଗି ପାଗ ଭିଡିଥିଲେ। ହେଲେ ପାରିବାରିକ ବିବାଦ ଭିତରେ ଛନ୍ଦି ହୋଇ ଅନୁଭବ ଏବେ ଏମିତି ଅକଳରେ ପଡିଛନ୍ତି ଯେ ନା ସେଥିରୁ ମୁକୁଳିପାରୁଛନ୍ତି ନା ରାଜନୀତିରେ ତାଙ୍କର ଗୁରୁତ୍ବ ରହିଛି। ଖୋଦ୍ ବିଜେଡି ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ଦେଲାଣି। ଜିଲ୍ଲା ରାଜନୀତିରେ ବି ତାଙ୍କର ସକ୍ରିୟତା ନାହିଁ। ଏଭଳି ପରିସ୍ଥିତିରେ ବୈଜୟନ୍ତ ଏବେ କେନ୍ଦ୍ରାପଡା ରାଜନୀତିରେ ପୁଣି ଥରେ ଗୋଟିଚାଳନା କରିବା ଲାଗି ଯୋଜନା କରୁଛନ୍ତି। ଏଣୁ ଉଭୟ ବିଜୟ ଓ ବୈଜୟନ୍ତ ଏହି ଜିଲ୍ଲା ରାଜନୀତିରୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଲାଗି ଗୋଟିଏ ଅଭିଯାନ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି।

ଅନ୍ୟ ଗୋଟିଏ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ବିଜେଡିରେ ଅନ୍ତଃକନ୍ଦଳ ଉପରେ ବିଜୟଙ୍କ ନଜର ରହିଛି। ବିଜେପିର ମଧ୍ୟ ଗୋଟିଏ ଗୋଷ୍ଠୀ ଅଣଦେଖା ହୋଇ ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଉଭୟ ପକ୍ଷ ସହିତ ତାଙ୍କ ସଂପର୍କ ବେଶ୍ ନିବିଡ ହେଲାଣି। ଆଗକୁ କୌଣସି ଏକ ରାଜନୈତିକ ସିଦ୍ଧାନ୍ତକୁ ସେ ଯିବା ଲାଗି ବିଚାର କରୁଛନ୍ତି। ଏହା ଜାଣିବା ପରେ ବୈଜୟନ୍ତ ତାଙ୍କ ସହିତ ଆସି ଆଲୋଚନା କରିଥିବା କୁହାଯାଉଛି। ଏହି ସୂତ୍ର ଆହୁରି ଦାବି କରୁଛି ଯେ ବିଜେଡି-ବିଜେପି ଭିତରେ ଦୂରତା ଆଉ ବେଶୀ ନାହିଁ। ଏଣୁ ଏମାନଙ୍କ ଭୋଟ ବ୍ୟାଙ୍କ ବିରୋଧରେ ଯେଉଁ ଜନମତ ରହିଛି, ତାର ନେତୃତ୍ବ ଶ୍ରୀ ମହାପାତ୍ରଙ୍କ ଛଡା ଆଉ କେହି ନେଇପାରିବେ ନାହିଁ। ଏ ସଂକ୍ରାନ୍ତରେ ବଡ ଖେଳ ଆରମ୍ଭ ହୋଇଗଲାଣି ଓ ଉଭୟ ଦଳରେ ଅସନ୍ତୁଷ୍ଟ ଆଗକୁ ମେଳି ବାନ୍ଧିବା ସମ୍ଭାବନା ଏଡ଼ାଇ ଦେଇ ହେବନାହିଁ ବୋଲି ଏହି ମହଲରୁ ଦାବି ଉଠିଛି।

ଏଠାରେ ଉଲ୍ଲେଖଥାଉକି, ବାହୁଡା ପରେ ବିଜୟ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ତେବେ ଏହାର ଆଧାର କଣ ହେବ, ସେ ସ୍ବତନ୍ତ୍ର ଭୂମିକାରେ ଅବତୀର୍ଣ୍ଣ ହେବେ ନା ବିଜେପିରେ ପୁଣି ସକ୍ରିୟ ହେବେ ତାହା ସ୍ପଷ୍ଟ ହୋଇନଥିଲା। ସେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ମହାପାତ୍ରଙ୍କ ସହିତ ନିରନ୍ତର ସଂପର୍କରେ ଥିଲେ। ଏବେ ବୈଜୟନ୍ତଙ୍କ ଯୋଗଦାନ ପରିସ୍ଥିତିକୁ ଆହୁରି ଗୋଳମାଳିଆ କରିଛି।

Leave A Reply

Your email address will not be published.