ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପାଞ୍ଚ ଜିଲ୍ଲାରେ କରୋନା ଶତକ ମାରୁଛି

0

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଉପକୂଳବର୍ତୀ ଜିଲ୍ଲାରୁ ସଂକ୍ରମଣ ଏଯାଏ କମୁନି।ଦୈନିକ ସଂକ୍ରମଣ ୨ ହଜାର ପାଖାପାଖି ରହୁଥିବା ବେଳେ ଅଧିକାଂଶ ଆକ୍ରାନ୍ତ ଉପକୂଳବର୍ତ୍ତୀ ଜିଲ୍ଲାର। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ଉପରେ ରହିଛି । ସେହିପରି ରାଜ୍ୟରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାର ଶୀର୍ଷରେ ରହିଛି ଖୋର୍ଦ୍ଧା। ୫ଟି ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି।

ରାଜ୍ୟରେ ୭୯ ହଜାର ୩୭୨ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୧୯ ଶହ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୨.୪୫% । ଖୋର୍ଦ୍ଧାରୁ ସର୍ବାଧିକ ୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପଛକୁ କଟକ ରହିଛି । କଟକରୁ ୨୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୮୫, ବାଲେଶ୍ୱରରୁ ୯୮, ଭଦ୍ରକରୁ ୫୯, ଜଗତସିଂହପୁରରୁ ୧୧୩, ଯାଜପୁରରୁ ୧୧୫,କେନ୍ଦ୍ରାପଡାରୁ ୧୧୨,ମୟୂରଭଂଜରୁ ୬୬, ନୟାଗଡରୁ ୮୮, ପୁରୀରୁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪ରେ ପହଞ୍ଚିଛି।

ସେହିପରି ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ହିସାବ ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୮ ଜଣ, ବରଗଡରୁ ୭ ଜଣ,ନବରଙ୍ଗପୁରରୁ ୬ ଜଣ, ଅନୁଗୁଳ, ପୁରୀ, ରାୟଗଡାରୁ ୫ ଜଣ ଲେଖାଁଏ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ୪ ଜଣ ଅଛନ୍ତି। କନ୍ଧମାଳ ,ମୟୂରଭଂଜରୁ ୨ ଜଣ ଲେଖାଁଏ ଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡା, ନୂଆପଡା ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୩୦୮କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.