ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ହାଇଦରକୁ ଏନକାଉଣ୍ଟର

0

ଭୁବନେଶ୍ବର: ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ପୁଲିସ ଏନକାଉଣ୍ଟର କରିଛି। ବାଲେଶ୍ବର ନିକଟସ୍ଥ ସିମୁଳିଆ ଠାରେ ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲା। ତାର ପେଟରେ ଗୁଳି ବାଜିଛି। ସେ ଅତି ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲୁ ସ୍ଥାନାନ୍ତର ହେଉଥିବା କଟକ ଡିସିପି ପ୍ରତୀକ ପ୍ରାଥମିକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ହାଇଦର ଆଜି ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସେ ବାଲେଶ୍ବର ସିମୁଳିଆ ନିକଟବର୍ତ୍ତୀ ସ୍ଥାନରେ ପରିସ୍ରା ଯିବ ବୋଲି କହିଥିଲା। ଫଳରେ ପୁଲିସ ଗାଡି ରଖି ଥିଲେ। ହେଲେ ସେ ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହାକୁ ନେଇ ଉଭୟ ସୁରକ୍ଷା କର୍ମୀ ଓ ତା ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ତାକୁ ବାରମ୍ବାର ଚେତାବନୀ ଦେଇଥିଲା। ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବାଟ ନପାଇ ପୁଲିସ ସୁରକ୍ଷା କର୍ମୀ ତା ଉପରକୁ ଗୁଳି ଚଳାଇଥିଲେ। ଫଳରେ ସେ ସେଇଠି ପଡିଯାଇଥିଲା। ତାର ପେଟରେ ଗୁଳି ବାଜିଥିଲା। ଆହତ ହାଇଦରକୁ ଗୁରୁତର ଅବସ୍ଥାରେ ତୁରନ୍ତ ବାଲେଶ୍ବର ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି।

ପୂର୍ବରୁ ସେ କଟକ ଏସସିବି ମେଡିକାଲରୁ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ଘଟଣା କମିସନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା। ଶେଷରେ ତାକୁ ତେଲେଙ୍ଗାନା ସାଙ୍ଗାରେଡ୍ଡିରୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.