ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ସଫଳତା ଆଡକୁ ସିନ୍ଧୁ, ତରୁଣଙ୍କ ଅଭିଯାନ ଶେଷ

0

ଟୋକିଓ ଅଲିମ୍ପିକ୍ସରେ ବିଜୟ ଆଡକୁ ଅଗ୍ରସର ହୋଇଛନ୍ତି ପି.ଭି ସିନ୍ଧୁ। ଦମଦାର ପ୍ରଦଶର୍ନ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ। ଗ୍ରୁପ ଷ୍ଟେଜର ଦ୍ୱିତୀୟ ମ୍ୟାଚ ଜିତି ସହଜ ବିଜୟ ସହ ପ୍ରି କ୍ୱାର୍ଟରରେ ପହଞ୍ଚିଛନ୍ତି। ହଂକଂ ପ୍ରତିଦ୍ୱନ୍ଦ୍ବୀଙ୍କ ବିପକ୍ଷରେ ୨୧-୯, ୨୧-୧୬ରେ ବିଜୟୀ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲରେ ଡେନମାର୍କକୁ ସେ ଭେଟିବେ।

ସେପଟେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳକୁ ନିରାଶ ହେବାକୁ ପଡିଛି। ବ୍ରିଟେନଠାରୁ ୪-୧ ଗୋଲରେ ଭାରତୀୟ ମହିଳା ହକି ଦଳ ପରାସ୍ତ
ହୋଇଛି । ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଏହା ଲଗାତର ତୃତୀୟ ପରାଜୟ।

ସେହିପରି ତୀରନ୍ଦାଜରେ ତରୁଣଦୀପଙ୍କ ଅଲିମ୍ପିକ୍ସ ଅଭିଯାନ ଶେଷ ହୋଇଛି। ବ୍ୟକ୍ତିଗତ ଇଭେଣ୍ଟରେ ପରାସ୍ତ ହୋଇଛନ୍ତି ତରୁଣଦୀପ ରାୟ । ଇଟାଲୀ
ପ୍ରତିଦ୍ୱନ୍ଦ୍ବୀଙ୍କ ଠାରୁ ୬-୫ରେ ପରାସ୍ତ ହୋଇଛନ୍ତି ତରୁଣଦୀପ । ଅନ୍ତିମ ୧୬ରେ ହାରି ଅଭିଯାନ ଶେଷ କରିଛନ୍ତି ତରୁଣଦୀପ।

Leave A Reply

Your email address will not be published.