ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ସଙ୍କେତ ମିଳିଲା, ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ହେବ

0
  • କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ପିପିଲିର ସ୍ୱପ୍ନେଶ୍ୱର ମନ୍ଦିର ଏବଂ ରତ୍ନଚିରା ଉପତ୍ୟକାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କର
  • ସ୍ୱପ୍ନେଶ୍ୱର ମନ୍ଦିର ବିପଜ୍ନନକ ଅବସ୍ଥାରେ ରହିଥିବା ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ
  • ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଷ୍ପତି ନେବାକୁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷୋତ୍ତମପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ସଂରକ୍ଷଣ ତଥା ରତ୍ନଚିରା ମୁହାଣରେ ଥିବା ଐତିହ୍ୟରାଜିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ନିମନ୍ତେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ହଠାତ ପିପିଲି ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କର ଏହି ଚିଠି ଏବେ ରାଜ୍ୟ ରାଜନୀତି ପାଇଁ ଅନେକ ଖୋରାକ ଯୋଗାଉଛି। ଅଟକିିଥିବା ପିପିଲି ଉପ ନିର୍ବାଚନ ପ୍ରକ୍ରିୟା ଖୁବ୍ ଶୀଘ୍ର ହୋଇପାରେ ବୋଲି ରାଜନୈତିକ ମହଲ ଏହି ଚିଠିରୁ ଗନ୍ଧ ବାରୁଛନ୍ତି। ଏଣୁ କେନ୍ଦ୍ରମନ୍ତ୍ରୀ ହଠାତ୍ ପିପିଲି ମନସ୍କ ହୋଇଥିବା କୁହାଯାଉଛି। କୋଭିଡ୍ କାରଣରୁ ନିର୍ବାଚନ ପ୍ରକ୍ରିୟାକୁ କମିସନ ଅଧାରେ ଅଟକାଇଛନ୍ତି। ଏବେ କୋଭିଡ୍ କମିଥିବା ପରିପ୍ରେକ୍ଷୀରେ କଟକଣାଯୁକ୍ତ ନିର୍ବାଚନ ଲାଗି ରାସ୍ତା ଖୋଲିପାରେ ବୋଲି ଖବର ଆସୁଛି। ସାତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଦାପ ମହାରଥୀଙ୍କ ବିୟୋଗରେ ଏହି ଆସନରେ ଉପନିର୍ବାଚନ ହେବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଏଣ୍ଡ କଲଚ୍ୟୁରାଲ ହେରିଟେଜ(ଇନଟାକ) ରତ୍ନଚିରା ଉପତ୍ୟକା ଏବଂ ସେଠାକାର ଐତିହ୍ୟରାଜିର ଅନୁସନ୍ଧାନ କରିବା ସମୟରେ ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷୋତ୍ତମ ପୁର ଗ୍ରାମରେ ଷଷ୍ଠ ଏବଂ ସପ୍ତମ ଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର ମାଟି ତଳୁ ଖୋଳି ବାହାର କରିଛି। ସ୍ଥାନୀୟ ଅଂଚଳରେ ଏହି ମନ୍ଦିର ମହାଦେବଙ୍କ ପାଇଁ ସମର୍ପିତ ସ୍ୱପ୍ନେଶ୍ୱର ମନ୍ଦିର ଭାବରେ ପରିଚିତ ଅଛି। ୧୩୦୦-୧୪୦୦ ବର୍ଷ ପୂର୍ବେ ଏହି ମନ୍ଦିର କଳିଙ୍ଗ କୀର୍ତିରାଜିର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଆକଳନ କରାଯାଇଛି।

ମନ୍ଦିରର ଢାଞ୍ଚାର ସ୍ଥିତି ବିପଜ୍ଜନକ ଅବସ୍ଥାରେ ଥିବା ଦର୍ଶାଇ ଶ୍ରୀ ପ୍ରଧାନ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଏହାର ଶୀଘ୍ର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଥିବା କହିଛନ୍ତି। ସେହିପରି ରତ୍ନଚିରା ଉପତ୍ୟକାକୁ ନେଇ କିମ୍ବଦନ୍ତୀ ରହିଛି ଯେ ପ୍ରଭୁ ଶ୍ରୀରାମ ମାଆ ସୀତାଙ୍କ ଶୋଷ ମେଣ୍ଟାଇବା ପାଇଁ ତାଙ୍କ ମୁକ୍ତା ମୁଦିର ସାହାଯ୍ୟ ନେଇଥିଲେ ଏବଂ ସେଠାରେ ହିଁ ରତ୍ନଚିରା ନଦୀର ଉତ୍ପତି ହୋଇଥିଲ। ରତ୍ନଚିରା ମୁହାଣ କଳିଙ୍ଗ କୀର୍ତିରାଜିର ମହାନ ସ୍ଥଳ. ଯାହା ଆଜି ପର୍ଯ୍ୟନ୍ତ
ଇତିହାସରେ ଲିପିବଦ୍ଧ ରହିଛି।

ତେଣୁ ଏହି ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ସ୍ୱପ୍ନେଶର ମହାଦେବ ମନ୍ଦିର ତଥା ରତ୍ନଚିରା ମୂହାଣରେ ଥିବା ସ୍ଥାପତ୍ୟର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରି ରଖିବା ସହ ଏହାର ସଠିକ୍ ଡ଼କୁମେେଂଟସନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.